ଆଜି ୬ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ଆସନ୍ତା କାଲି ୧୨ଟି ଜିଲାରେ ବର୍ଷା ସମ୍ଭାବନା ଥିବା ବେଳେ ୬ଟି ଜିଲାରେ ପ୍ରବଳ ବର୍ଷିବ। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଦେବଗଡ଼, ସୋନପୁର ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବ। ସେହିପରି ଅନୁଗୋଳ, ଢ଼େଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଜିଲାରେ ବର୍ଷା ସମ୍ଭାବନା ରହିଛି। ଗୁରୁବାର ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ହୀରାକୁଦରେ ୨୨.୨ ମିମି, ତାଳଚେର ଓ ବଲାଙ୍ଗରୀରରେ ୧୪ ମିମି ଲେଖାଏଁ, ଝାରସୁଗୁଡ଼ାରେ ୨୦ ମିମି, ସମ୍ବଲପୁରରେ ୧୨ ମିମି ବର୍ଷା ହୋଇଛି।

Comments are closed.