ବଙ୍ଗୋପସାଗରରେ ପୁଣି ଲଘୁଚାପ, ଓଡ଼ିଶାରେ ପ୍ରଭାବ ପଡ଼ିବନି

ଭୁବନେଶ୍ୱର: ବର୍ତ୍ତମାନ ପୂର୍ବକେନ୍ଦ୍ର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ତେବେ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ବାଂଲାଦେଶ ଆଡ଼କୁ ମୁହଁାଇବ। ତେଣୁ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ କିଛି ଉପକୂଳବର୍ତ୍ତୀ ଜିଲାରେ ମଧ୍ୟମ କିମ୍ବା ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତା ତିନି ତାରିଖ ବେଳକୁ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଏହାର ପ୍ରଭାବରେ କିଛି ସ୍ଥାନରେ ସ୍ପଳ୍ପ ବର୍ଷା ହୋଇପାରେ। ଗତ ଚାରିଦିନ ହେଲା ରାତିବେଳା ପାରଦ ଖସୁଥିବା ବେଳେ ଘୂର୍ଣ୍ଣିବଳୟ ଯିବା ପରେ ଶୀତ ବଢ଼ିବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ସୋନପୁରରେ ସର୍ବନିମ୍ନ ୧୨.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଅନୁଗୋଳରେ ୧୩.୫ ଡିଗ୍ରୀ, ଦାରିଙ୍ଗିବାଡ଼ୀ ଓ ଫୁଲବାଣୀରେ ୧୪ ଡିଗ୍ରୀ ଲେଖାଏଁ, ଭବାନୀପାଟଣାରେ ୧୫.୫ ଡିଗ୍ରୀ, କୋରାପୁଟରେ ୧୫ ଡିଗ୍ରୀ, କେନ୍ଦୁଝରରେ ୧୭.୧ ଡିଗ୍ରୀ ରେକର୍ଡ ହୋଇଛି।

Comments are closed.