୧୨ଟା ୩୦ ଯାଏଁ ଟ୍ବିନ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ବର; ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଟ୍ବିନ ସିଟିକୁ ଭୁବନେଶ୍ବର ଆଞ୍ଚଳିକ ପଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।  କଟକ ଓ ଭୁବନେଶ୍ବରରେ ୧୨ଟା ୩୦ ଯାଏଁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ଘଣ୍ଟା ପ୍ରତି ୨/୩ ସେମି ପର୍ଯ୍ୟନ୍ତ ବର୍ଷିବ । ଏହା ପ୍ରଭାବରେ ରାସ୍ତା ଅଳ୍ପ ଦୃଶ୍ୟମାନ ହେବ। ଟ୍ରାଫିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ଯେତେ ଦୂର ସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପଣିପାଗ କେନ୍ଦ୍ର ।

Comments are closed.