ବର୍ଷା ଆଉ ଦୁଇ ଦିନ

ଭୁବନେଶ୍ବର : ଆସନ୍ତା ଦୁଇଦିନ ଯାଏ ବର୍ଷା ସମ୍ଭାବନା ଅଛି। ଗୁରୁବାର କିଛି ଜିଲାରେ ପ୍ରବଳ ବର୍ଷା ସହିତ ଆଉ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ଅନୁଗୋଳ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହେବ। ଆଜି ସଂଧ୍ୟା ସୁଦ୍ଧା ନୟାଗଡ଼ରେ ୫୫ ମିମି, ହୀରାକୁଦରେ ୩୮ ମିମି, ଝାରସୁଗୁଡ଼ାରେ ୨୧ ମିମି, ରାୟଗଡ଼ାରେ ୧୨ ମିମି ବର୍ଷା ହୋଇଛି।