ତାତିରେ ସିଝୁଛି ଓଡ଼ିଶା; ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରେ ୩୯ ଡିଗ୍ରୀ

ଭୁବନେଶ୍ୱର: ଆଜି ବି ଅସହ୍ୟ ତାତିରେ ସିଝୁଛି ଓଡ଼ିଶା । ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୦ ଡିଗ୍ରୀ ତାପମାତ୍ର ଟପିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ପାଖାପାଖି ତାପମାତ୍ର ରହିଛି । ଝାରସୁଗୁଡ଼ାରେ ଦିନ ସାଢ଼େ ୧୧ଟାରେ ସର୍ବାଧିକ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସାଢ଼େ ୧୧ଟାରେ ତାପମାତ୍ରା ୩୯ ଡିଗ୍ରୀ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏଥି ସହିତ କେନ୍ଦୁଝରରେ ୩୯.୬  ଓ ସମ୍ବଲପୁରରେ ୩୯.୨ ଡିଗ୍ରୀ ତାପମାତ୍ରା ରହିଥିବା କୁହାଯାଇଛି ।

Comments are closed.