ଶୀତ ଚାଦରରେ ଓଡିଶା ; ୧୫ ଡିଗ୍ରୀ ତଳେ ୬ ସହର

ଭୁବନେଶ୍ୱର : ଶୀତରେ ଥରୁଛି ଓଡିଶା। ରାଜ୍ୟରେ ଅନେକ ସ୍ଥାନରେ ଥଣ୍ଡାର ପ୍ରଭାବ ଦେଖାଦେଇଛି। ଏହାସହ ୧୫ ଡିଗ୍ରୀ ତଳେ ୬ଟି ସହରର ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଦାରିଙ୍ଗିବାଡିର ସବୁଠାରୁ ଥଣ୍ଡା ସହର ଭାବେ ଏହାର ତାପମାତ୍ରା ୧୧ ଡିଗ୍ରୀ। ଫୁଲବାଣୀ ୧୩.୨,ଟିଟିଲାଗଡ ୧୪.୫,ଝାରସୁଗୁଡା ୧୪.୬, କେନ୍ଦୁଝର ୧୪.୮,ସୋନପୁର ୧୪.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ କଟକରେ ୧୮.୫ ଓ ୧୮.୪ ଡିଗ୍ରୀ ରେକର୍ଡ କରାଯାଇଛି। ୨୪ ଘଣ୍ଟା ପରେ ରାତ୍ରି ତାପମାତ୍ରାରେ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢି ଶୀତର ପ୍ରଭାବ କମିବା ନେଇ ପୂର୍ବାନୁମାନ କରାଯାଇଛି।

 

Comments are closed.