ଆଜି କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ପ୍ରବଳ ଖରାରେ ଜଳୁଛି ସାରା ରାଜ୍ୟ। ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛି ସ୍ଥାନରେ ଘଡଘଡି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ଜିଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଗତକାଲି ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହି ରେକର୍ଡ ସୃଷ୍ଟି ହୋଇଛି। ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩.୨ ରେକର୍ଡ କରାଯାଇଛି। ଏହାସହ ୪୨ ଡିଗ୍ରୀ ଉପରେ ୬ ସହର ମଧ୍ୟ ରହିଛି। ଝାରସୁଗୁଡା ୪୨.୮, ବଲାଙ୍ଗୀର ୪୨.୫,ସମ୍ବଲପୁର ୪୨.୩,ଅନୁଗୁଳ ୪୨.୧,ଭୁବନେଶ୍ୱର ୩୯.୫, କଟକ ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.