ଦାଉ ସାଧିବ ଖରା : ପ୍ରସ୍ତୁତି ଶୂନ

ଭୁବନେଶ୍ବର : ସବୁବର୍ଷ ଠାରୁ ଚଳିତ ବର୍ଷ ଅର୍ଥାତ ୨୦୨୦ ସର୍ବାଧିକ ତାପମାତ୍ରା ରେକର୍ଡ ଛୁଇଁବ । ମୁଣ୍ଡଫଟା ଖରା ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ଛଟପଟ ହେବ ଉପକୂଳ ଓଡ଼ିଶା। ମାର୍ଚ୍ଚ, ଏପ୍ରିଲ୍ ଓ ମେ ଏହି ସମୟରେ ପୂର୍ବରୁ ଯେତେ ସବୁ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ତାକୁ ମଧ୍ୟ ଟପିଯିବ ଏ ବର୍ଷର ଖରା। ଏଭଳି ଆକଳନ କରିଛନ୍ତି ଉଭୟ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗ।

ପୂର୍ବାନୁମାନ ଅନୁସାରେ କୋର ହିଟ୍ ଓ୍ୱେଭ୍ ଜୋନରେ ଆସୁଥିବା ରାଜ୍ୟ ଗୁଡ଼ିକ ହେଲେ ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତର ପ୍ରଦେଶ, ଗୋଆ ଏବଂ ଓଡ଼ିଶା। ଏହି ସବୁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଗତଥର ଅପେକ୍ଷା ଏବର୍ଷ ଆହୁରି ଦଶମିକ ୫ରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଏବର୍ଷ ମଧ୍ୟ ନିଆଁ ସଦୃଶ ଅଗ୍ନି ହର୍ଷାରେ ସିଝିବ ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା।

୨୦୦୩ ମସିହା ଜୁନ୍ ୩ରେ ଓଡ଼ିଶାର ଟିଟିଲାଗଡ଼ ଓ ୨୦୧୯ ଜୁନ୍ ପହିଲାରେ ରାଜସ୍ଥାନର ଚାରୁ ୫୦ ଡିଗ୍ରୀ ତାପମାତ୍ରା ସହ ତାତିରେ କରିଥିଲେ ରେକର୍ଡ ବ୍ରେକ୍। ସେହିଭଳି ଗତବର୍ଷ ମେ ମାସ ୨୬ରେ ମଧ୍ୟ ଟିଟିଲାଗଡ଼ ୪୬.୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିଲା। ଆକଳନ ଅନୁସାରେ ଏଠି ଏବର୍ଷ ତାପମାତ୍ରା ଆହୁରି ୧ ଡିଗ୍ରୀ ବଢିବା ନେଇ ଆକଳନ କରିଛି ଆଇଏମଡି। ଣାଯିବ। ଯାହାକି ପରିବେଶ ଉପରେ ଘୋର ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆଶଙ୍କା କରିଛନ୍ତି ପରିବେଶବିତ ।

 

 

Comments are closed.