ପାଣିପାଗ ବିଭାଗ ଜାରିକଲା ସତର୍କ ସୂଚନା: ୧୩ ଜିଲାକୁ ବର୍ଷା ସହ ବଜ୍ରପାତ ଓ କୁଆପଥର ମାଡ଼

ଭୁବନେଶ୍ବର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୩ଟି ଜିଲାରେ ବଜ୍ରପାତ ଓ କୁଆପଥର ମାଡ଼ ଆଶଙ୍କା ନେଇ ରବିବାର ଆଞ୍ଚଳିକ ପାଣିପାଗ ବିଭାଗ  ସତର୍କ ସୂଚନା ଜାରି କରିଛି। ଏହି ଜିଲାଗୁଡ଼ିକ ହେଲେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ,ଢ଼େଙ୍କାନାଳ, କନ୍ଧମାଳ, ନୟାଗଡ଼, ଗଞ୍ଜାମ, କଟକ ଓ ଖୋର୍ଦ୍ଧା । ଏଥିସହିତ ଏସବୁ ଜିଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, କନ୍ଧମାଳ, ଢ଼େଙ୍କାନାଳ ଓ ଯାଜପୁର ଆଦି ଜିଲାରେ କୁଆପଥର ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସେହିପରି ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ନେଇ ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, ରାୟଗଡ଼ା, ଗଜପତି, କୋରାପୁଟ ଓ କଳାହାଣ୍ଡି ଆଦି ଜିଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Comments are closed.