୧୨ ଡିଗ୍ରୀ ତଳେ ୯ ସହର, ପୁଣି ଭିଜିବ ଓଡ଼ିଶା !

ଭୁବନେଶ୍ୱର: ରାଜ୍ୟରେ କମିଛି ଶୀତର ପ୍ରକୋପ । ହାଡ଼ଭଙ୍ଗା ଶୀତରୁ ସାମାନ୍ୟ ତ୍ରାହି ମିଳିଛି । ତେବେ ୯ ରାଜ୍ୟର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ବେଳେ, ସୁନ୍ଦରଗଡ଼ରେ ରହିଛି ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ । ଦାରିଙ୍ଗବାଡ଼, ଟିଟିଲାଗଡ଼ ଓ ଫୁଲବାଣୀରେ ତାପମାତ୍ରା ୮.୫ ଡିଗ୍ରୀ ରହିଛି । ବୌଦ୍ଧରେ ୧୦, କେନ୍ଦୁଝରରେ ୧୦.୪, ବଲାଙ୍ଗିର, ଝାରସୁଗୁଡା ଓ ସୋନପୁରରେ ତାପମାତ୍ରା ୧୧ ଡିଗ୍ରୀ ଥିବା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ଏଥି ସହ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ପିଭାଗ ପକ୍ଷରୁ କୁହାଯଇଛି । ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ୨୭ ତାରିଖ ପର୍ୟ୍ୟନ୍ତ ପାଗ ଶୁଖିଲା ରହିବ । ଆଗକୁ ତାପମାତ୍ରା ବଢ଼ିବା ସହ କିଛି ଜିଲ୍ଲାରେ କୋହଲା ପାଗ ଜାରି ରହିବାନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.