ଟିକାକରଣ ପରେ ମଧ୍ୟ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: କୋଭିଡ-୧୯ ଦ୍ୱିତୀୟ ଲହର ଧୀର ଗତିରେ ହ୍ରାସ ପାଉଥିବାବେଳେ କୋଭିଡ କଟକଣା କଡାକଡି ଭାବରେ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜନସାଧାରଣଙ୍କୁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଏପରିକି ଦୁଇପାନ ଟିକାକରଣ ପରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ହାତ ଧୋଇବା ଭଳି ଅଭ୍ୟାସରେ ତିଳେହେଲେ ଅବହେଳା ନକରିବାକୁ ସତର୍କ କରାଇ ଦିଆଯାଉଛି । ଏପରିକି ନିଜକୁ ଅଧିକ ସୁରକ୍ଷିତ ରଖିବା ପାଇଁ ଏକ ସମୟରେ ଦୁଇଟି ମାସ୍କ ପିନ୍ଧିବାକୁ କୁହାଯାଉଛି । ଏପରିସ୍ଥଳେ ସଠିକ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ କପଡାରେ ହାତ ତିଆରି ମାସ୍କ ସହିତ ପ୍ରତିଷ୍ଠିତ କମ୍ପାନୀଗୁଡିକ ଦ୍ୱାରା ପ୍ରସ୍ତୁତ ମାସ୍କ ମଧ୍ୟ ବଜାରରେ ଉପଲବ୍ଧ ହେଉଛି । ଦେଶର ଅଗ୍ରଣୀ ପୁରୁଷ ପୋଷାକ ପ୍ରସ୍ତୁତକାରୀ କମ୍ପାନୀ ଆଦିତ୍ୟ ବିର୍ଲା ଫେଶନ ଆଣ୍ଡ ରିଟେଲ ପକ୍ଷରୁ ଲୁଇ ଫିଲିପ ବ୍ରାଣ୍ଡ୍‍ ନାମରେ ନୂଆ ଶ୍ରେଣୀର ଭୂତାଣୁ ନିରୋଧୀ ମାସ୍କ ପ୍ରଚଳନ କରିଛି । ଏହା ଭୂତାଣୁ ଏବଂ ଜୀବାଣୁ ପ୍ରଭାବରୁ ସର୍ବାଧିକ ସୁରକ୍ଷା ପ୍ରଦାନ କରିପାରିବ । ଏହି ମାସ୍କଗୁଡିକ ୧୦ ସ୍ତର ବିଶିଷ୍ଟ ଏବଂ ଏହି ଧରଣର ପ୍ରଥମ ମାସ୍କ ହୋଇଛି । ଏହି ଦଶଟି ସ୍ତର ମଧ୍ୟରୁ ୫ଟି ସ୍ତର ମାସ୍କ ଏବଂ ୫ଟି ସ୍ତରରେ ଛାଣିବା ସ୍ତର ରହିଛି । ଏହାକୁ ସର୍ବୋତ୍ତମ ମାନର କପଡାରେ ପ୍ରସ୍ତୁତ କରାଯାଇଛି ଏବଂ ସେଥିରେ ସ୍ୱତନ୍ତ୍ର ଭାବରେ ଭୂତାଣୁ ନିରୋଧୀ ପ୍ରଯୁକ୍ତିର ଉପଯୋଗ କରାଯାଇଛି । ଏଗୁଡିକ କୌଣସି ଅସୁବିଧା ଅନୁଭବ ନକରି ଦୀର୍ଘ ସମୟ ପର୍ଯ୍ୟନ୍ତ ପିନ୍ଧା ଯାଇପାରିବ ।

Comments are closed.