ଦୀପାବଳିରେ ପିନ୍ଧନ୍ତୁ ନିଜ ରାଶି ଅନୁସାରେ ପୋଷାକ

ମଣିଷ ଜୀବନରେ ରଙ୍ଗର ଯଥେଷ୍ଟ ପ୍ରଭାବ ରହିଛି। ଦୀପାବଳିର ପବିତ୍ର ତିଥିରେ ଯଦି ନିଜ ରାଶି ଅନୁସାରେ ପୋଷାକ ପିନ୍ଧି ମହାଲକ୍ଷ୍ମୀଙ୍କୁ ପୂଜା କରନ୍ତି ଏହା ଅଧିକ ଶୁଭଫଳ ଦେବ…
ମେଷ: ସୁନେଲି ରଙ୍ଗର ପୋଷାକ ପିନ୍ଧି ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ।
ବୃଷ: ଧଳାରଙ୍ଗର ପୋଷାକ ପିନ୍ଧିବେ ଏବଂ ଧଳା ରୁମାଲ୍‌ ରଖିବା ମଧ୍ୟ ଭଲ।
ମିଥୁନ: ଧଳା ଓ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ।
କର୍କଟ: ନାରଙ୍ଗୀ କିମ୍ବା ଲାଲ୍‌ ରଙ୍ଗର ପୋଷାକ ପିନ୍ଧିବା ଶୁଭଫଳ ଦେଇପାରେ।
ସିଂହ: ହଳଦିଆ ପୋଷାକ ପିନ୍ଧିବା ଉଚିତ।
କନ୍ୟା: ନୀଳ ଏବଂ ଧଳା ରଙ୍ଗର ପୋଷାକ ଉପଯୋଗୀ ହେବ।
ତୁଳା: ଏହି ରାଶି ପାଇଁ ମଧ୍ୟ ନୀଳ ଓ ଧଳା ରଙ୍ଗର ପୋଷାକ ଶୁଭଫଳଦାୟକ।
ବିଛା: ଏମାନେ ଧଳା କିମ୍ବା ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର।
ଧନୁ: ଲାଲ୍‌ ରଙ୍ଗର ପୋଷାକ ପିନ୍ଧି ମହାଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।
ମକର: ଦୀପାବଳି ପୂଜା ସମୟରେ ଫିକା ହଳଦିଆ କିମ୍ବା କ୍ରିମ୍‌ ଏବଂ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଶୁଭଫଳ ଦେଇଥାଏ।
କୁମ୍ଭ: ସବୁଜ ଏବଂ ଧଳା ରଙ୍ଗର ପୋଷାକ ପିନ୍ଧିବା ଭଲ।
ମୀନ: ଲାଲ୍‌ ଏବଂ ଧଳା ରଙ୍ଗର ପୋଷାକ ପିନ୍ଧି ଲକ୍ଷ୍ମୀପୂଜା କରିବା ଶୁଭଙ୍କର।

Comments are closed.