‘ୱେଲ୍‌ଥ ୱିଜାର୍ଡ’ ସମ୍ମାନ ଏବଂ ଇନ୍‌ଭେଷ୍ଟମେଣ୍ଟ୍‌ ଅନ୍‌ବ୍ଲକ୍‌ଡର ପଞ୍ଚମ ବାର୍ଷିକ ଉତ୍ସବ

ଭୁବନେଶ୍ବର: ଇନ୍‌ଭେଷ୍ଟମେଣ୍ଟ୍‌ ଅନ୍‌ବ୍ଲକ୍‌ଡର ପଞ୍ଚମ ବାର୍ଷିକ ଉତ୍ସବ ଏବଂ ଏବା ସମ୍ମାନ ପ୍ରଦାନ କାର୍ୟ୍ୟକ୍ରମ ‘ୱେଲ୍‌ଥ ୱିଜାର୍ଡ’ ହୋଟେଲ୍‌ ଏକ୍ସିଲେନ୍‌ସିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାର୍ଟିଫାଏଡ୍‌ ଫାଇନାନ୍‌ସିଆଲ୍‌ ପ୍ଲାନର୍‌ (ସିଏଫ୍‌ପି) ମୁଖ୍ୟ ଅତିଥି ଭାବେ ଧନଞ୍ଜୟ ବାଣ୍ଟିଆ ଯୋଗ ଦେଇଥିଲେ। ଏହି ଅବସରରେ ବାଣ୍ଟିଆ ଉପସ୍ଥିତ ଲୋକମାନଙ୍କୁ ଆର୍ଥିକ ସାକ୍ଷରତା ଉପରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ବିଶେଷକରି ବିମା, ଟ୍ରେଡିଂ, ଇନ୍‌ଭେଷ୍ଟମେଣ୍ଟ୍‌ ଉପରେ ସେ ତାଙ୍କର ମୂଲ୍ୟବାନ ପରାମର୍ଶମାନ ଦେଇଥିଲେ। ଏହିସବୁ କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ ଇଚ୍ଛା ରଖିଥିବା ଯୁବକ, ଯୁବତୀମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। କାର୍ୟ୍ୟକ୍ରମରେ ଅନୁଷ୍ଠାନରେ ଆର୍ଥିକ କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ ଶିକ୍ଷାଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ ଏହି କାର୍ୟ୍ୟକ୍ରମରେ ଜୀବନ ବୀମା, ସ୍ବାସ୍ଥ୍ୟ ବିମା ଏବଂ ବିଭିନ୍ନ ଆର୍ଥିକ ସଂସ୍ଥାମାନଙ୍କରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ‘ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ଏସ୍‌ ପ୍ରସାଦ ରାଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପ୍ରୋଜେକ୍ଟ ହେଡ୍‌ ଟ୍ବିଙ୍କିଲ୍‌ କୁମାର ଧନ୍ୟବାଦ ଦେଇଥିଲେ।

Comments are closed.