୪ ଜିଲାର ବୋଝ ସମ୍ଭାଳିଛି ଦୁର୍ବଳ ପୋଲ

ଜେମାଦେଇପେଣ୍ଠ: ଚାରିଟି ଜିଲାର ବୋଝ ସମ୍ଭାଳିଛି ଦୁର୍ବଳ ପୋଲ। ରାୟଗଡ଼ା ସହର ଉପକଣ୍ଠ ତଥା ୩୨୬ ନଂ ଜାତୀୟ ରାଜପଥର ମର୍ଯ୍ୟାଦା ବହନ କରୁଥିବା ଝଞ୍ଜାବତି ନଦୀ ଉପରେ ବହୁ ବର୍ଷ ର ପୁରୁଣା ପୋଲଟିର ଅବସ୍ଥା ଅତି ଶୋଚନୀୟ ହେବାକୁ ବସିଲାଣିା ଦୈନିକ ଶହଶହ ଭାରିଜନ ଚଳାଚଳ କରୁଥିବା ଯୋଗୁଁ ଏହା ଦୁର୍ବଳ ହୋଇ ଏଥିରେ ଆଭ୍ୟନ୍ତରୀଣ ଫାଟ ସୃଷ୍ଟି ହେବାକୁ ବସିଲାଣି। ସଚେତନ ନାଗରିକ ମଞ୍ଚ ବାରମ୍ବାର ପୋଲର ସୁରକ୍ଷା ନିମନ୍ତେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଆଖି ବୁଜି ନୀରବଦ୍ରଷ୍ଟା ସାଜିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମୟ ଥାଉ ଥାଉ ଆଗରୁ ପଦକ୍ଷେପ ନ ନେଲେ କେତେବେଳେ ଯେ ଅଘଟଣ ନ ଘଟିବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।

ଦୀର୍ଘ ୮୦ ବର୍ଷର ଏହି ପୋଲ ଉପରେ ପ୍ରବେଶ ପୂର୍ବରୁ ଏକ କଳଙ୍କି ଲଗା ଫଳକରେ ସୀମିତ। ବିପଦପୂର୍ଣ୍ଣ ପୋଲ ଓ ୧୦ ଟନ୍ ପରିବହନ ଉପରେ ନିଷିଦ୍ଧ କରାଯାଇ ଥିଲେ ମଧ୍ୟ ପ୍ରତିଦିନ ବହୁ ସଂଖ୍ୟାରେ ଟ୍ରକ୍, ହାଇୱ।, ଟ୍ରେଲର ଓ ଟିପର୍ ଓ ଅଠର ଚକିଆ ଯାନ ଅନାୟାସରେ ଚଳାଚଳ କରୁଛି। ଏଥିରେ ଲୁହ ପଥର କୋଇଲା, କ୍ରୋମାଇଟ ଆଦି ପଡ଼ୋଶୀ ଜିଲା କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗିରକୁ ୧୦ ଟନରୁ ଅଧିକ ପରିବହନ ହେଉଥିବା ଜଣାଯାଇଛି, ପୁଣି ଗ୍ୟାସ୍ ତୈଳ ଓ ଭାରି ଯନ୍ତ୍ରାଂଶ ଆଦି ଭାରି ଯାନ୍ ପୋଲ ଉପରେ ଯାଉଥିବାରୁ ତତ୍କାଳୀନ ଜିଲାପାଳ ମୋଟର ଜାନ ଆଇନ୍ ୧୯୯୮, ଧାରା,୧୧୫ ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମାରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଇଥିଲେ।

ପୁଣି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ଆଉ ଏକ ପୋଲର ଆବଶ୍ୟକତାକୁ ଆଖି ଆଗରେ ରଖି ପୂର୍ତ୍ତ ବିଭାଗ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ। ଫଳରେ ପୋଲର ସୁରକ୍ଷା ତଥା ସ୍ଥାୟିତ୍ବ ନେଇ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ୪ବର୍ଷ ପୂରିବାକୁ ବସିଲାଣି ହୋଇଥିବା ପୋଲ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଏ ସମ୍ପର୍କରେ ଜିଲା ପୂର୍ତ୍ତ ବିଭାଗ ଯନ୍ତ୍ରୀ ଯମୁନା ବେହେରାଙ୍କୁ ପଚାରିବାରୁ ସେ କହିଲେ, କରୋନା କଟକଣା ଯୋଗୁଁ ପ୍ରଶାସନିକ ସ୍ତରରେ ସମ୍ପୃକ୍ତ କାର୍ୟ୍ୟାଦେଶଟି ସଚିବାଳୟରେ ପଡ଼ି ରହିଥିବା ଯୋଗୁଁ କାମ ଅଗ୍ରସର ହୋଇପାରି ନ ଥିଲା। କିନ୍ତୁ ଏହି ୧୫ଦିନ ଭିତରେ କାର୍ୟ୍ୟାଦେଶ ପାଇଲା ପରେ ଆମେ କାମ ଆରମ୍ଭ କରିବାକୁ ସେ ଦୃଢେ଼ାକ୍ତି ପ୍ରକାଶ କରିଥିଲେ।

Comments are closed.