ଭୟ କିମ୍ବା ଆତଙ୍କିତ ହେବା ନାହିଁ, କରୋନା ବିରୋଧରେ ମୁକାବିଲା କରିବା – ଡାକ୍ତର ଫାହିମ ୟୁନୁସ୍

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ଆହୁରି କେତେ ମାସ ପର୍ଯ୍ୟନ୍ତ ତାହା କାୟା ବିସ୍ତାର କରିବା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେଣୁ ଏହାକୁ ନେଇ ଭୟ କରିବା କିମ୍ବା ଆତଙ୍କିତ ହେବା ଆମକୁ ଏହାର ପ୍ରଭାବରୁ ମୁକ୍ତି ଦେବ ନାହିଁ। ଆମେରିକାସ୍ଥିତ ମ୍ୟାରୀଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଭାଗୀୟ ମୁଖ୍ୟ ଡାକ୍ତର ଫାହିମ ୟୁନୁସ୍ କହିଛନ୍ତି, ଯଦି ଆମେ କେତେକ ସତର୍କତା ଉପାୟ ଅବଲମ୍ବନ କରିବା ତେବେ କରୋନାର ପ୍ରଭାବ କମ କରିପାରିବା।

୧. ଆମକୁ କରୋନା ସହ ଅନେକ ମାସ କିମ୍ବା କିଛି ବର୍ଷ ପାଇଁ ରହିବାକୁ ପଡିପାରେ। ତେଣୁ ଏହାକୁ ଗ୍ରହଣ କରିବା ଓ ଏଥିରେ ଆତଙ୍କିତ ହେବା ନାହିଁ। ଆମ ଜୀବନକୁ ଏହାର ପ୍ରଭାବରେ ଅଦରକାରୀ କରିବା ନାହିଁ। ଆମକୁ ଏହା ସହ ବଂଚିବାକୁ ପଡିବ।
୨. ଆମ କୋଷିକା ମଧ୍ୟକୁ ପ୍ରବେଶ କରୁଥିବା କରୋନା ଭୁତାଣୁକୁ ଆମେ ନଷ୍ଟ କରିପାରିବା ନାହିଁ, ଉଷୁମ ପାଣି ପିଇବା ଏହାର ସମାଧାନ ନୁହେଁ।
୩. ସର୍ବୋତ୍ତମ ସୁରକ୍ଷା ପାଇଁ ହାତ ଧୋଇବା ଏବଂ ଦୁଇ ମିଟର ଶାରୀରିକ ଦୂରତା ବଜାୟ ରଖିବା ହେଉଛି ଏହାକୁ ରୋକିବାର ଶ୍ରେଷ୍ଠ ପଦ୍ଧତି।
୪. ଯଦି ଆପଣଙ୍କ ଘରେ କରୋନା ସଂକ୍ରମିତ ରୋଗୀ ନାହାଁନ୍ତି, ତେବେ ଆପଣଙ୍କ ଘରକୁ ବିଶୋଧନ କରିବାର କୌଣସି ଆବଶ୍ୟକତା ନାହିଁ।
୫. ପ୍ୟାକିଂ ହୋଇଥିବା ଦ୍ରବ୍ୟ, ଗ୍ୟାସ୍ ପମ୍ପ, ସପିଂ କାର୍ଟ ଏବଂ ଏଟିଏମ୍ ସଂକ୍ରମଣ ସୃଷ୍ଟି କରେ ନାହିଁ। ହାତ ଧୁଅନ୍ତୁ ଓ ସାଧାରଣ ଦୈନନ୍ଦିନ ଜୀବନଯାପନ କରନ୍ତୁ।
୬. କରୋନା ଭୁତାଣୁ ଖାଦ୍ୟ ମାଧ୍ୟମରେ ସଂକ୍ରମଣ ସୃଷ୍ଟି କରେ ନାହିଁ, ଏହା ‘ଫ୍ଲୁ (ଥଣ୍ଡା)’ ଭଳି ଜଳୀୟ ବୁନ୍ଦା ଦ୍ୱାରା ସଂକ୍ରମଣ ସୃଷ୍ଟି କରିଥାଏ। ତେଣୁ ବରାଦ ଦିଅ ଖାଦ୍ୟ ଦ୍ୱାରା କରୋନା ସଂକ୍ରମଣର କୌଣସି ବିପଦ ଚିହ୍ନଟ ହୋଇନାହିଁ।
୭. ସାଧାରଣତଃ ଆଲର୍ଜି ଏବଂ ଭାଇରାଲ୍ ସଂକ୍ରମଣ ହେଲେ କୌଣସି ଜିନିଷର ଗନ୍ଧ ବାରିବା ପ୍ରଭାବିତ ହୁଏ ତେଣୁ ଏହା କେବଳ କୋଭିଡ-୧୯ ଏକ ନିର୍ଦ୍ଦିଷ୍ଟ ଲକ୍ଷଣ ହୋଇପାରେ।
୮. ଶୁଦ୍ଧପୂତ ରହିବା ଭଲ ଗୁଣ କିନ୍ତୁ ଘରେ ଥିଲାବେଳେ ବାରମ୍ବାର ପୋଷାକ ବଦଳାଇ ଗାଧୋଇବା ଆବଶ୍ୟକ ନୁହେଁ।
୯. କରୋନା ଭୁତାଣୁ ବାୟୁରେ ତିଷ୍ଠି ରହିପାରେ ନାହିଁ, ଏହା ପାଖାପାଖି ବା କମ ଦୂରତା କ୍ଷେତ୍ରରେ ଡ୍ରପଲେଟ୍ ଦ୍ୱାରା ଶ୍ୱାସକ୍ରିୟାରେ ଏହା ସଂକ୍ରମଣ ସୃଷ୍ଟି କରେ।
୧୦. ବାହାର ପବନ ଆମ ପାଇଁ ନିରାପଦ ତେଣୁ ସାମାଜିକ ଦୂରତା ରକ୍ଷା କରି ଆପଣ ଉଦ୍ୟାନ କିମ୍ବା ପାର୍କ ମଧ୍ୟରେ ଚାଲବୁଲ କରିପାରିବେ।
୧୧. କରୋନା ଏକ ଭୁତାଣୁ, ଜୀବାଣୁ ନୁହେଁ ତେଣୁ ସାଧାରଣ ଭାବେ ବ୍ୟବହୃତ ହେଉଥିବା ସାବୁନ୍ ବ୍ୟବହାର କରିବା ଯଥେଷ୍ଟ।
୧୨. ବାହାରୁ ଖାଦ୍ୟ ପାଇଁ ବରାଦ ଦେବାବେଳେ ଚିନ୍ତା କରନ୍ତୁ ନାହିଁ, କିନ୍ତୁ ଆପଣ ଚାହିଁଲେ ଏହାକୁ ମାଇକ୍ରୋୱେଭରେ ଗରମ କରିପାରିବେ।
୧୩. ଜୋତା ବ୍ୟବହାର କରୁଥିଲେ ତାହା ମାଧ୍ୟମରେ କରୋନା ଭୁତାଣୁ ବିସ୍ତାର ହେବା ସମ୍ଭାବନା ନାହିଁ।
୧୪. ଭିନେଗାର, ଆଖୁ ରସ ଏବଂ ଅଦା ବ୍ୟବହାର କରିବା ବା ଖାଇବା ଦ୍ୱାରା କରୋନା ସଂକ୍ରମଣ ବନ୍ଦ ହୁଏ ନାହିଁ କାରଣ ଏଗୁଡିକ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଉଦ୍ଦିଷ୍ଟ ନୁହେଁ।
୧୫. ଦୀର୍ଘ ସମୟ ଧରି ମାସ୍କ ପିନ୍ଧିବା ଆପଣଙ୍କ ଶ୍ୱାସକ୍ରିୟା ଏବଂ ଅମ୍ଳଜାନ ଗ୍ରହଣ କରିବାରେ ବାଧା ସୃଷ୍ଟି କରିଥାଏ, ତେଣୁ ଏହାକୁ କେବଳ ଭିଡ଼ରେ ପିନ୍ଧନ୍ତୁ।
୧୬. ଗ୍ଲୋବ୍ସ ପିନ୍ଧିବା ମଧ୍ୟ ଏକ ଖରାପ ଧାରଣା; ଏହି ଭୁତାଣୁ ଗ୍ଲୋବ୍ସରେ ଜମା ହୋଇପାରେ ଏବଂ ଯଦି ଆପଣ ନିଜ ମୁହଁକୁ ସ୍ପର୍ଶ କରନ୍ତି ତେବେ ସହଜରେ ସଂକ୍ରମଣ ହୋଇପାରେ। ତେଣୁ ନିୟମିତ ଭାବେ ହାତ ଧୋଇବା ଭଲ।
୧୭. ଏକାକୀ ପରିବେଶରେ ରହିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ ତେଣୁ ଆପଣ ରୋଗ ପ୍ରତିରୋଧକ ଶକ୍ତି ସମ୍ପନ୍ନ ଖାଦ୍ୟ ଖାଉଥିଲେ ମଧ୍ୟ ନିୟମିତ ଭାବରେ କୌଣସି ପାର୍କ ଓ ବେଳାଭୂମିକୁ ବୁଲିବାକୁ ଯାଆନ୍ତୁ।

ବାହାର ଦୁନିଆ ସହ ସାମ୍ନା କରିବା ଉଚିତ ଯାହା ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ, ଘରେ ବସି ଭଜା / ମସଲାଯୁକ୍ତ / ଶର୍କରା ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି କରିନଥାଏ।

ଦେଖନ୍ତୁ ସଚିନ ତେନ୍ଦୁଲକରଙ୍କ କରୋନା ସଚେତନତା ବାର୍ତ୍ତା –

Comments are closed.