ଇତିହାସ ସାକ୍ଷୀ, ଭାରତ ସବୁ ଚ୍ୟାଲେଞ୍ଜର ଦୃଢ ଭାବରେ ସାମ୍ନା କରିଛି – ମୋଦୀ

ମନ କି ବାତର ୬୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ ପାଇଁ ଅନେକ ଆହ୍ୱାନ ଆସିପାରେ କିନ୍ତୁ ଆମ ଦେଶର ଇତିହାସ ଦର୍ଶାଉଛି ଯେ ସବୁ ପ୍ରତିବନ୍ଧକକୁ ଦୂର କରି ଆମେ ବିକାଶ ପଥରେ ଆଗେଇ ଚାଲିଛୁ। ପ୍ରଧାନମନ୍ତ୍ରୀ କହିଛନ୍ତି, ଇତିହାସ ସେସବୁର ସାକ୍ଷୀ।

ସେ କହିଛନ୍ତି ଯେ କରୋନା ଭାଇରସ୍ ମହାମାରୀ ସମ୍ପର୍କରେ ଚଳିତ ବର୍ଷ ସର୍ବାଧିକ ଆଲୋଚନା କରାଯାଇଛି। ଏହା କେବେ ଶେଷ ହେବ ତାହା ମଧ୍ୟ ଲୋକମାନେ ଆଲୋଚନା କରୁଛନ୍ତି। କେହି କେହି କହୁଛନ୍ତି ଚଳିତ ବର୍ଷ ଭଲ ନୁହେଁ ଏବଂ କେହି କେହି ଦୁର୍ଭାଗ୍ୟଜନକ ବୋଲି କହୁଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୬-୭ ମାସ ପୂର୍ବରୁ ଆମେ ଜାଣି ନ ଥିଲୁ ଯେ କରୋନା ଭାଇରସ୍ ସଂକ୍ରମଣ ଜନିତ ସଙ୍କଟ ଆମକୁ ଏତେ ମାତ୍ରାରେ ପ୍ରଭାବିତ କରିବ। ଚଳିତ ବର୍ଷ ସାମୁଦ୍ରିକ ବାତ୍ୟା ଅମ୍ଫାନ୍, ପଙ୍ଗପାଳ ଆକ୍ରମଣ ଭଳି ସମସ୍ୟା ସହ ପଡୋଶୀ ଦେଶ ଦ୍ୱାରା କଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ କହିଛନ୍ତି, ସମସ୍ୟା ଏବଂ ଆହ୍ୱାନ ଆସିଛି କିନ୍ତୁ ଆମେ କଣ ୨୦୨୦କୁ ଖରାପ ବୋଲି ଭାବିବା ଉଚିତ୍। ମୁଁ ସେପରି ଭାବୁ ନାହିଁ। ଗୋଟିଏ ବର୍ଷରେ ଯେତେ ଚ୍ୟାଲେଞ୍ଜ ଆସିଲେ ମଧ୍ୟ ବର୍ଷ ଖରାପ ହୋଇନଥାଏ ବୋଲି ସେ କହିଛନ୍ତି।

Comments are closed.