ନେଦରଲାଣ୍ଡସ୍‌ ପରାସ୍ତ : ଜର୍ମାନୀ ୪-୧ରେ ବିଜୟୀ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚରେ ଜର୍ମାନୀ ୪-୧ ଗୋଲ ନେଦରଲାଣ୍ଡସ୍‌କୁ ପରାସ୍ତ କରିଛି। ସଫଳ ରଣନୀତି ସହିତ ଜର୍ମାନୀ ଆକ୍ରମଣାତ୍ମକ ଭାବରେ ଖେଳି ଚମତ୍କାର ବିଜୟ ହାସଲ କରିଛି । ଜର୍ମାନୀ ୪ଟି ଗୋଲ ଦେଇଥିବା ବେଳେ ନେଦରଲାଣ୍ଡସ୍‌ କେବଳ ଗୋଟିଏ ଗୋଲ ଦେଇ ପାରିଥିଲା।

‘ପୁଲ-ଡି’ର ଅନ୍ୟ ଏକ ମ୍ୟାଚ ମାଲେସିଆ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଛି। ତେବେ ପୂର୍ବରୁ ‘ପୁଲ-ଡି’ର ଏକ ମ୍ୟାଚରେ ମାଲେସିଆ ବିପକ୍ଷରେ ନେଦରଲାଣ୍ଡ ଏକତରଫା ଭାବେ ୭-୦ ଗୋଲରେ ବିଜୟୀ ହୋଇଥିଲା। ସେହିପରି ଅନ୍ୟ ଏକ ମ୍ୟାଚରେ ପାକିସ୍ତାନକୁ ଜର୍ମାନୀ ୧-୦ ଗୋଲରେ ପରାସ୍ତ କରିଥିଲା।

Leave A Reply