୧୯୪​‌ ଦେଶରେ ବିଶ୍ବକପ୍‌ର ପ୍ରସାରଣ

0

ଚତୁର୍ଦଶ ପୁରୁଷ ହକି ବିଶ୍ୱକପରେ ପ୍ରଥମ ଥର ପାଇଁ ଉଦ୍‍ଘାଟନୀ ଉତ୍ସବ ଆୟୋଜିତ କରି ଓଡ଼ିଶା ସରକାର ନୂଆ ଇତିହାସ ସୃଷ୍ଟି କରିଥିବା ବେଳେ ମ୍ୟାଚ୍‌ର ଟିଭି ପ୍ରସାରଣ ନେଇ ଆଉ ଏକ ରେକର୍ଡ ସୃଷ୍ଟିହୋଇଛି। ହକି ବିଶ୍ୱକପକୁ ୧୯୪ଟି ଦେଶର କ୍ରୀଡ଼ାପ୍ରେମୀ ଟିଭି ଜରିଆରେ ଦେଖିବାର ସୁଯୋଗ ପାଉଛନ୍ତି। ୨୦୧୪ ହକି ବିଶ୍ୱକପ ୧୫୦ଟି ଦେଶରେ ପ୍ରସାରଣ ହୋଇଥିବା ବେଳେ ୨୦୧୮ ବିଶ୍ୱକପ୍‌ରେ ଆଉ ୪୪ଟି ଦେଶ ସାମିଲ ହୋଇଛନ୍ତି। ହକି ବିଶ୍ୱକପ ଲାଗି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାପକ ପ୍ରଚାର ଓ ପ୍ରସାର ପରେ ହକିର ଲୋକପ୍ରିୟତା କେବଳ ରାଜ୍ୟ କି ଦେଶରେ ନୁହେଁ; ବିଦେଶରେ ମଧ୍ୟ ବୃଦ୍ଧିପାଇଛି।

Leave A Reply