ପେଟ୍ରୋଲ-ଡିଜେଲ ୧ ଟଙ୍କା କମାଇଲେ ପଶ୍ଚିମବଙ୍ଗ ସରକାର

କଲକାତା: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ୧ ଟଙ୍କା ଲେଖାଏ ହ୍ରାସ କରିଛନ୍ତି। ରବିବାର ମଧ୍ୟରାତ୍ରିରୁ ନୂଆ ଦର ଲାଗୁ ହେବ। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବାବେଳେ ମମତା ବାନାର୍ଜୀଙ୍କ ଟିଏମସି ସରକାରଙ୍କ ଏହି ପଦକ୍ଷେପ ଜନସାଧାରଣଙ୍କୁ କିଛିଟା ଅଶ୍ଵସ୍ତି କରିବ ବୋଲି କୁହାଯାଉଥିଲେ ହେଁ ଅତ୍ୟଧିକ ଦରବୃଦ୍ଧି ତୁଳନାରେ ଏହା ଯଥେଷ୍ଟ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ରବିବାର ପେଟ୍ରୋଲ ଡିଜେଲ ଦର ହ୍ରାସ ନେଇ ଘୋଷଣା କରିଥିଲେ। ଉଲ୍ଲେଖନୀୟ ଯେ, ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହୋଇଛି। ଅନେକ ସ୍ଥାନରେ ତୈଳଦର ୧୦୦ ଟଙ୍କା ଅତିକ୍ରମ କରିସାରିଛି। ଏହାକୁ ଦୃଷ୍ଟିରେ ରଖି ମେଘାଳୟ ସରକାର ପେଟ୍ରୋଲ ଏବଂ ଡିଜେଲ ଦର ୭ ଟଙ୍କା ହ୍ରାସ କରିଥିଲେ।

Comments are closed.