ମମତାଙ୍କୁ ଘାରିଲାଣି ନିର୍ବାଚନ ଭୟ! କରୋନା ନେଇ ଦିଦିଙ୍କ କଡା ଆଭିମୁଖ୍ୟ

ସମାଜ ପୋର୍ଟାଲ ଡେସ୍କ: କୋଭିଡ -୧୯ ମହାମାରୀକୁ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରି ଆଲୋଚନାର ଶରବ୍ୟ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାନେତ୍ରୀ ମମତା ବାନାର୍ଜୀ ଏବେ ଲକଡାଉନ୍ ପଦକ୍ଷେପକୁ କଡାକଡି କରି ରଣନୀତି ପରିବର୍ତ୍ତନ କରିଛନ୍ତି। କେବଳ ଏତିକି ନୁହେଁ, ମମତା ସରକାର ଏହି ପ୍ରସଙ୍ଗରେ ନିର୍ବାଚନ ବିଶେଷଜ୍ଞ ପ୍ରଶାନ୍ତ କିଶୋରଙ୍କ ନିକଟତର ମଧ୍ୟ ହୋଇଛନ୍ତି।

ତୃଣମୂଳ କଂଗ୍ରେସର ବରିଷ୍ଠ ନେତାଙ୍କ କହିବାନୁସାରେ, ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ଏବଂ ନିମ୍ନ ମାନର ପରୀକ୍ଷା ଏବଂ ଦୁର୍ବଳ ବ୍ୟବସ୍ଥାକୁ ନେଇ କେନ୍ଦ୍ରୀୟ ଦଳର ସମାଲୋଚନା ଭଳି ବିଭିନ୍ନ କାରଣରୁ ମମତା ସରକାର ରଣନୀତିରେ ପରିବର୍ତ୍ତନ କରିଛି। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ ​​ଏହା କାଳେ ପ୍ରତିକୂଳ ପ୍ରଭାବ ପକାଇବ ସେ ଆଶଙ୍କାରେ ଏଭଳି ରଣନୀତି ଗ୍ରହଣ କରାଯାଇଥିବା କୁହାଯାଉଛି।

ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ‘ଏହି ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଲୋକମାନେ ଅସନ୍ତୋଷ ଥିବା ଜିଲ୍ଲାମାନଙ୍କରୁ ରିପୋର୍ଟ ଆସିଛି। ଏପରିକି କେନ୍ଦ୍ରର ନିଷ୍ପତ୍ତିକୁ ନିୟମିତ ସମାଲୋଚନା କରିବା ଦ୍ୱାରା ଲୋକମାନେ ଏହାକୁ ଗ୍ରହଣ କରିନାହାନ୍ତି ଏବଂ ପଶ୍ଚିମବଙ୍ଗର କୋଭିଡ୍ -୧୯ ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟରେ ୧୩୪୪ ସଂକ୍ରମିତଙ୍କ ମଧ୍ୟରୁ ୧୪୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଦୈନିକ ପ୍ରାୟ ୨୫୦୦ ନମୁନା ପରୀକ୍ଷା ଚାଲିଛି ଏବଂ ଏପର୍ଯ୍ୟନ୍ତ ୨୫ ହଜାର ୧୧୬ଟି ନମୁନା ପରୀକ୍ଷା କରାଯାଇଛି।

Comments
Loading...