ଦାଗ ଛଡ଼ାଇବାର ଉପାୟ

ପୋଷାକପତ୍ର ହେଉ କିମ୍ବା ବେଡ୍‌ସିଟ୍, ଚାଦରରେ ଦାଗ ଲାଗିଗଲେ, ତାହାକୁ ଛଡ଼ାଇବା ଏକ ମୁସ୍କିଲ୍ ବ୍ୟାପାର ଅଟେ। ଏସବୁ ଦାଗ ଦୂର କରିବା ନିମନ୍ତେ କେତୋଟି ସରଳ ଉପାୟ ଅବଲମ୍ବନ କରନ୍ତୁ।

– କପଡ଼ାରେ ମାଟିର ଦାଗ ଲାଗିଥିଲେ, ଗୋଟିଏ ଛୋଟ ପାତ୍ରରେ ୧ଚାମଚ ଲୁଗା ସଫା ପାଉଡର ନେଇ ପାଣି ଅଳ୍ପ ମିଶାଇ ଗାଢ଼ା ପେଷ୍ଟ କରିବେ। ସେହି ମିଶ୍ରଣକୁ ଦାଗ ଲଗା କପଡ଼ା ଉପରେ ଲଗାଇ ୫-୭ ମିନିଟ୍ ଛାଡ଼ି ପରେ ସଫା କରିବେ।
– ଝାଳର ଦାଗ ପୋଷାକରେ ଲାଗିଥିଲେ, ତାହାକୁ ଦୂର କରିବା ପାଇଁ ବେକିଂ ସୋଡା ଓ ପାଣିର ମିଶ୍ରଣକୁ ପୋଷାକରେ ଲଗାଇ ଭଲରେ ରଗଡ଼ିବେ। ୩୦ ମିନିଟ୍ ପରେ ପୋଷାକକୁ ସଫା କରିନିଅନ୍ତୁ।
– ଚା’ର ଜିଦିଆ ଦାଗ ଛଡ଼ାଇବାକୁ ହେଲେ ପୋଷାକରେ ବେକିଂ ସୋଡ଼ା ଲଗାଇ ୩୦ ମିନିଟ୍ ପରେ ଧୋଇନେବେ। ନଚେତ୍ ଚା’ ଲାଗିଥିବା କପଡ଼ାରେ ଦାନ୍ତଘଷା ପେଷ୍ଟ ଲଗାଇ ୧୫ ମିନିଟ୍ ପରେ ସଫା କରିନିଅନ୍ତୁ।
– ଲିପ୍‌ଷ୍ଟିକ୍ ଦାଗ ଛଡ଼ାଇବା ପାଇଁ କପଡ଼ାକୁ ଗରମ ପାଣିରେ କିଛି ସମୟ ବତୁରାଇନେବେ। ପୋଷାକରେ ହଳଦୀ ଦାଗ ଲାଗିଲେ, ବେସନ ଘୋଳ ତିଆରି କରି ସେହି ସ୍ଥାନରେ ଲଗାଇବେ। ଦାଗ ଗାଢ଼ା ହୋଇଥିଲେ, ସ୍ପିରିଟ୍‌ର ସହାୟତା ନେଇପାରନ୍ତି। n

Comments are closed.