ମେକ୍‌ଅପ୍‌ ସଫା କରିବାର ଉପାୟ

ବଜାରରେ ମିଳୁଥିବା ଦାମୀ କ୍ରିମ୍ ପରିବର୍ତ୍ତେ ମେକଅପ୍‌ ସଫା କରିବାକୁ ଘରୋଇ ଉପଚାର କରନ୍ତୁ। ଏଇ ଯେପରି ନଡ଼ିଆ ତେଲ, କଞ୍ଚା ଖିର, ପେଟ୍ରୋଲିୟମ୍ ଜେଲି ଓ ଦହି ଇତ୍ୟାଦି।

-ବିଉଟିସିଆନ୍‌ ଶେହନାଜ୍ ହୁସୈନ୍ ପରାମର୍ଶ ଦେଇଛନ୍ତି, ତୁଳାରେ ଦହି ନେଇ ମୁହଁରୁ ମେକଅପ୍ ଓ ଓଠରୁ ଲିପ୍‌ଷ୍ଟିକ୍‌ ପୋଛିପାରିବେ। ଏହା ତ୍ବଚା ପାଇଁ ପ୍ରାକୃତିକ ମଏଶ୍ଚରାଇଜର୍ ଭଳି କାମ କରେ।

-ପେଟ୍ରୋଲିୟମ୍ ଜେଲି ଥିଲେ ମଧ୍ୟ ସେଥିରେ ତ୍ବଚାକୁ ପୋଛିପାରିବେ। ଏସବୁ ତ୍ବଚା ପାଇଁ ଆଦୌ କ୍ଷତିକାରକ ନୁହେଁ ବରଂ ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧି କରାଏ।

-କଞ୍ଚା ଖିରରେ ଲୁଣ ମିଶାଇ ତ୍ବଚାକୁ ପୋଛିଲେ ସମସ୍ତ ମଇଳା, ଅପରିଷ୍କାର ଦୂର ହୋଇଯାଏ।
-ମୁହଁକୁ ସବୁବେଳେ ଥଣ୍ଡା ପାଣିର ଛିଟା ମାରି ଧୋଇବେ। ଗରମ ପାଣିରେ ମୁହଁ ଧୋଇଲେ ତ୍ବଚାରେ ଭାଙ୍ଗ ହେବା ସହ ଶୁଷ୍କ ହୁଏ। n

Comments are closed.