କେଶ ଝଡ଼ାରୁ ରକ୍ଷା ପାଇବାର ଉପାୟ

ଖାଦ୍ୟପାନୀୟ ସହ ଘରୋଇ ପ୍ୟାକ୍ ଲଗାଇ କେଶର ଯତ୍ନ ନେଇପାରିବେ। ଶୀତ ଋତୁରେ କେତେକଙ୍କଠାରେ କେଶ ଝଡ଼ା ସମସ୍ୟା ଅଧିକ ଦେଖାଯାଏ। ବଜାରର କେମିକାଲ୍‌ଯୁକ୍ତ କ୍ରିମ୍ ପରିବର୍ତ୍ତେ ଘରେ ପ୍ୟାକ୍ ତିଆରି କରି କେଶରେ ଲଗାନ୍ତୁ। ଏଇ ଉପାୟରେ କେଶର ଘନତ୍ବ ବଢ଼ିବା ସହ ରୁପି ମଧ୍ୟ ଦୂର ହୁଏ।

– ଶୁଦ୍ଧ ନଡ଼ିଆ ତେଲ ୨ଚାମଚରେ ପିଆଜ ରସ ୧ ଚାମଚ ମିଶାଇ କେଶରେ ଲଗାଇ ୨୦ ମିନିଟ୍ ପରେ ଧୋଇନେବେ। ମନେରଖନ୍ତୁ, ପିଆଜ ରସକୁ ସବୁବେଳେ ସତେଜ ହିଁ ବ୍ୟବହାର କରିବେ। ଏହାକୁ ଫ୍ରିଜ୍‌ରେ ରଖି କେଶରେ ମାଲିସ୍ କଲେ କିଛି ଲାଭ ମିଳେନାହିଁ। କେଶରେ ମେହେନ୍ଦି ପ୍ୟାକ୍ ଲଗାଉଥିଲେ, ସେଥିରେ ମଧ୍ୟ ପିଆଜ ରସର ଉପଯୋଗ କରିପାରିବେ। ପିଆଜ ରସରେ ଥିବା ପୋଷକତତ୍ତ୍ବ କେଶର ବିଭିନ୍ନ ସମସ୍ୟାକୁ ଦୂର କରେ। ସାଲାଡରେ କଞ୍ଚା ପିଆଜ ନିୟମିତ ଖାଇବା ମଧ୍ୟ କେଶ ପାଇଁ ଉତ୍ତମ ଖୋରାକ୍। ପିଆଜ ରସରେ ମେଥି ଗୁଣ୍ଡ ଅଧ ଚାମଚ ମିଶାଇ କେଶ ମୂଳରେ ଲଗାଇ ଶୁଖିବା ପରେ ଶାମ୍ପୁ କରିନେବେ। ୧ମାସ ଏପରି କଲେ କେଶର ଘନତ୍ବ ବଢ଼ିଥାଏ।
– ଘିକୁଆଁରୀ ରସରେ ମହୁ ଓ ୨ଚାମଚ ରିଠା ଫଳ ଗୁଣ୍ଡ ମିଶାଇ କେଶରେ ପ୍ୟାକ୍ ଭଳି ଲଗାଇବେ। ୩୦ ମିନିଟ୍ ପରେ କେଶ ଧୋଇନେବେ।
– ଅଲିଭ ତେଲ ମଧ୍ୟ କେଶ ପାଇଁ ଔଷଧ ଭଳି କାମ କରେ। ଅଁଳା ଗୁଣ୍ଡରେ ଅଲିଭ ତେଲ ଓ ପିଆଜ ରସ ମିଶାଇ ପ୍ୟାକ୍ ପ୍ରସ୍ତୁତ କରିବେ। କେଶରେ ଭଲରେ ଲଗାଇ ୧ଘଣ୍ଟା ପରେ ଧୋଇବେ।
– ମହୁ କେଶ ନିମନ୍ତେ ମଏଶ୍ଚରାଇଜର୍ ଭଳି କାମ କରୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ। କେଶରେ ଏକ ଚମକ ଆଣିବା ନିମନ୍ତେ ମେହେନ୍ଦି ପ୍ୟାକ୍‌ରେ ମହୁ ମିଶାଇ ପ୍ୟାକ୍ ଭଳି ଲଗାଇଲେ ତାହା ଭଲଭାବେ କାମ କରେ।
– ନଡ଼ିଆ ତେଲ ଓ ସୋରିଷ ତେଲ ସମପରିମାଣରେ ନେଇ ଉଷୁମ କରି କେଶମୂଳରେ ଲଗାଇଲେ ଅକାଳରେ ପାଚିବା ଓ ରୁପି ସମସ୍ୟା ଦୂର ହୋଇଥାଏ।
– ଦହି ମଧ୍ୟ କେଶ ପାଇଁ ଔଷଧ ଭଳି କାମ କରେ। ଦହି ଖାଇବା ସହ ଦହି-ମେଥି ଗୁଣ୍ଡ ପ୍ୟାକ୍ ସପ୍ତାହକୁ ଥରୁଟିଏ କେଶରେ ଲଗାଇବା ଭଲ।
– କଞ୍ଚା ଖିର ସପ୍ତାହରେ ୨-୩ଥର କେଶମୂଳରେ ଲଗାଇଲେ ରୁପି ସମସ୍ୟା ଦୂର ହୋଇଥାଏ।

Comments are closed.