କ୍ରୋଧକୁ ନିୟନ୍ତ୍ରଣ କରିବାର ଉପାୟ

ଅନେକ ପରିସ୍ଥିତିରେ କ୍ରୋଧକୁ ନିୟନ୍ତ୍ରଣ କରିବା ମୁସ୍କିଲ୍ ବ୍ୟାପାର ହୋଇଥାଏ। ଏଇ କ୍ରୋଧ କାରଣରୁ ଆମ ରକ୍ତଚାପ ବଢ଼ିବା ସହ ଅନ୍ୟାନ୍ୟ ସମସ୍ୟା ଉପୁଜିବାର ଭୟ ରହିଛି। କ୍ରୋଧକୁ କମ୍ କରିବାର ସରଳ ଉପାୟମାନ ଜାଣି ରଖନ୍ତୁ।

  •  ପରିବାର ସଦସ୍ୟଙ୍କ ସହ କଥା କଟାକଟି ହେଲେ ଜଣେ ଅତିଷ୍ଠ ହୋଇ ରାଗିଯାଏ। ଏଭଳି ସମୟରେ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ସେହି ସ୍ଥାନରୁ ଦୂରେଇ ଆସନ୍ତୁ। ଟିଭିରେ ନିଜ ମନପସନ୍ଦର କାର୍ଯ୍ୟକ୍ରମ ଦେଖିପାରିବେ ନଚେତ୍ କୌଣସି ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖିବା ଭଲ।
  •  ପାଖରେ ଛୋଟ ଫୁଟବଲ୍ ଥିଲେ କିଛି ସମୟ ଖେଳନ୍ତୁ। ବିଶେଷଜ୍ଞଙ୍କ ମତରେ ମନରୁ ନକାରାତ୍ମକ ଭାବନା ଦୂର କରାଇବାରେ ଏଇ ଉପାୟ ଖୁବ୍ ସହାୟକ।
  •  ନିଜ ଭାବନାକୁ ଅନ୍ୟ ସମ୍ମୁଖରେ ପରିପ୍ରକାଶ କରନ୍ତୁ। ଦେଖିବେ ସମୟକ୍ରମେ ଆପଣଙ୍କ ରାଗ, ରୋଷ ଦୂର ହୋଇଯିବ।
  •  ସକାଳୁ ଉଠିବା ପରେ କିଛି ସମୟ ଧ୍ୟାନ ଅଭ୍ୟାସ ଆରମ୍ଭ କଲେ ମଧ୍ୟ ମନ ଶାନ୍ତ ହୋଇଥାଏ। ୧ ସପ୍ତାହ ୧୦ ମିନିଟ୍ ଧରି ଧ୍ୟାନ କଲେ ଆପଣଙ୍କ ଶରୀର ଉପରେ ଏହାର ପ୍ରଭାବ ଜାଣିପାରିବେ।
  •  ସବୁବେଳେ ମନେରଖନ୍ତୁ କ୍ରୋଧ କଲେ କିମ୍ବା ରାଗିଲେ ସମସ୍ୟାର ସମାଧାନ ହୋଇନଥାଏ; ବରଂ ସ୍ଥିର ଚିତ୍ତରେ ଓ ଶାନ୍ତ ମନରେ ସମସ୍ତଙ୍କ ସହ ବାର୍ତ୍ତାଳାପ କରନ୍ତୁ।

Comments are closed.