ତରଭୂଜ ସରବତ୍‌

ଆବଶ୍ୟକ ସାମଗ୍ରୀ :

ତରଭୂଜ – ୧ଟି

ଲେମ୍ବୁ ରସ – ୩ଟି

ଚିନି – ୧କପ୍‌

ଦହି – ୧କପ୍

ବରଫ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ତରଭୂଜରୁ ଚୋପା କାଢି ତାକୁ କାଟି ଛୋଟ ଛୋଟ କରି ଦିଅନ୍ତୁ। ତାପରେ ସେଥିରୁ ମଞ୍ଜି ବାଛି କାଢି ଦିଅନ୍ତୁ। ତରଭୂଜକୁ ଏକ ପାତ୍ରରେ ରଖି ସେଥିରେ ଲେମ୍ବୁ ରସ ଚିପୁଡି ଦିଅନ୍ତୁ। ତାକୁ ଗ୍ରାଇଣ୍ଡରରେ ପକାଇ କିଛି ସମୟ ଜୁସ ପରି କରନ୍ତୁ। ତାପରେ ମିଶ୍ରଣରେ ଚିନି ଓ ଦହି ମିଶାଇ କିଛି ସମୟ ଗ୍ରାଇଣ୍ଡି କରନ୍ତୁ। ମିଶ୍ରଣଟି ଭଲ ଭାବେ ଗ୍ରାଇଣ୍ଡି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ସରବତ ହୋଇଗଲା ପରେ ଭଲ ଭାବେ ଛାଣି ଗ୍ଲାସରେ ରଖନ୍ତୁ। ସେଥିରେ ବରଫ ଖଣ୍ଡ ପକାଇ ଥଣ୍ଡା ଥଣ୍ଡା ପିଅନ୍ତୁ ଓ ମଜା ନିଅନ୍ତୁ।

Comments are closed.