ତରଭୁଜ୍ ଜୁସ୍

ଖରା ଦିନିଆ ଫଳ ତରଭୁଜରେ ଭିଟାମିନ୍ ‘ଏ’ , ‘ସି’ ଏବଂ ପୋଟାସିୟମ୍ ଭରପୁର ମାତ୍ରା​‌ରେ ରହିଥାଏ । ଏହା ପାଟିକୁ ସୁଆଦ ଲାଗିବା ସହ ଖରା ପ୍ରକୋପରୁ ମଧ୍ୟ ଆସ୍ବସ୍ତି ଦେଇଥାଏ । ତରଭୁଜ ଫଳ ଆପଣ ଖାଇଥିବେ , ଆଜି ଆସନ୍ତୁ ଜାଣିବା ଏଥିରୁ ଜୁସ୍ ପ୍ରସ୍ତୁତି କରିବା ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ : ଏକ ଗିନା କଟା ତରଭୁଜ, ୬ରୁ ୭ଟି ପୁଦିନା ପତ୍ର, ଲେମ୍ବୁ ରସ, କଳା ଲୁଣ ଏବଂ ଏକ ଚାମଚ ଭଜା ଜୀରା ।

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ତରଭୁଜ ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ସେଥିମଧ୍ୟରୁ ମଞ୍ଜି ବାହାର କରି ଦିଅନ୍ତୁ । ପରେ ତରଭୁଜ ଓ ପୁଦିନା ପତ୍ରକୁ ଗ୍ରାଇଣ୍ଡରରେ ପେସି ଦିଅନ୍ତୁ । ଜରଭୁଜ ଖଣ୍ଡ ପାଣି ହେବା ପର୍ଯ୍ୟନ୍ତ ପେସି ଦିଅନ୍ତୁ । ପରେ ସେଥିରେ ଲେମ୍ବୁ ରସ, କଳା ଲୁଣ ଓ ଭଜା ଜୀରା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏକ ଗ୍ଲାସକୁ କାଢି ଆଣି ସେଥିରେ ପୁଦିନା ପତ୍ର ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ତରଭୁଜ ଜୁସ୍ ।

 

Comments are closed.