ଜାଣନ୍ତୁ ଜଳ ସହ କେଉଁ ଗ୍ରହ ଜଡ଼ିତ ଓ ଏହାର ପ୍ରଭାବ

ଜୀବନର ଅନ୍ୟ ନାମ ହେଉଛି ଜଳ। କିନ୍ତୁ ଜଳ ମୁଖ୍ୟତଃ କେଉଁ ଗ୍ରହ ସହ ଜଡ଼ିତ ଓ ଜୀବନରେ ଏହାର ପ୍ରଭାବ କ’ଣ, ତାହା ହୁଏତ ସଭିଏଁ ଜାଣାନଥାଏ। ତେବେ ଆସନ୍ତୁ ଜାଣିବା ଜଳ ସହ ଗ୍ରହର କ’ଣ ରହିଛି ସମ୍ବନ୍ଧ….
ଜଳର ମୁଖ୍ୟତଃ ଚନ୍ଦ୍ରମା ଓ ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧ ରହିଛି।
କିଛି ମାତ୍ରାର ଏହାର ସମ୍ବନ୍ଧ ମଙ୍ଗଳ ଗ୍ରହଙ୍କ ସହ ମଧ୍ୟ ରହିଛି।
ଜଳର ସଠିକ ପ୍ରୟୋଗ କରିବା ଦ୍ୱାରା ଜାତକରେ ଶୁକ୍ର ଓ ଚନ୍ଦ୍ରମାଙ୍କ ସ୍ଥିତି ଉତ୍ତମ ରହିଥାଏ।
ଚନ୍ଦ୍ରମାଙ୍କ ସ୍ଥିତି ସୁଦୃଢ ଓ ମାନସିକ ଶାନ୍ତି ପାଇଁ ଏପରି କରନ୍ତୁ ଜଳର ପ୍ରୟୋଗ –
ଘରର ବଗିଚାରେ ବହୁ ପ୍ରକାରର ଫୁଲର ବୃକ୍ଷ ଲଗାନ୍ତୁ ଓ ନିୟମିତ ସେଥିରେ ଜଳ ଅର୍ପଣ କରନ୍ତୁ।
ବର୍ଷାର ଜଳ ଏକ କାଚ ପାତ୍ରରେ ନେଇ କିଛି ସମୟ ଯାଏଁ ନିଜ ଶୟନ କକ୍ଷରେ ରଖନ୍ତୁ।
ଚନ୍ଦ୍ରମାଙ୍କ ସ୍ଥିତି ମଜଭୂତ କରିବା ପାଇଁ ସ୍ନାନ କରିବା ସମୟରେ ପ୍ରଥମେ ନାଭିରେ ଜଳ ପକାଇ ସ୍ନାନ କରନ୍ତୁ।
ଶୁକ୍ରଙ୍କ ସ୍ଥିତି ମଜଭୂତ କରିବା ପାଇଁ ଏପରି କରନ୍ତୁ ଜଳର ପ୍ରୟୋଗ –
ପ୍ରତିଦିନ ୨ଥର ସ୍ନାନ କରନ୍ତୁ।
ସ୍ନାନ ଜଳରେ କିଛି ମାତ୍ରାରେ ଗୋଲାପ ଜଳ ମିଶାନ୍ତୁ।
କାଚ ଗ୍ଲାସରେ ନିୟମିତ ଜଳ ପିଅନ୍ତୁ।
ପାଣି ପାତ୍ର ଉପହାରରେ ଦିଅନ୍ତୁ ନାହିଁ।

Comments are closed.