ବିଶେଷଜ୍ଞଙ୍କ ମତ : ଏହି ସମୟରେ ପିଅନ୍ତୁ ଉଷୁମ ପାଣି

ଶୋଇବାର ୧୫ ମିନିଟ୍ ପୂର୍ବରୁ ଉଷୁମ ପାଣି ପିଇବା ମଧ୍ୟ ଖୁବ୍ ଉପକାରୀ।

– ଏପରି କଲେ ମାନସିକ ଚାପ ଓ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଭଲ ନିଦ ହୋଇଥାଏ।

– ଶୋଇବା ପୂର୍ବରୁ ଉଷୁମ ପାଣି ୧ ଗିଲାସ ପିଇଲେ ଶରୀରରୁ ସମସ୍ତ ଟକ୍ସିନ୍ ବାହାରିଯିବା ସହ ଚର୍ବି ଜମେନାହିଁ।

– ନିୟମିତ ଆଣ୍ଠୁଗଣ୍ଠି ବିନ୍ଧା କିମ୍ବା ଅଣ୍ଟା ବିନ୍ଧା ରୋଗୀ ମଧ୍ୟ ଏହି ପାନୀୟ ଶୋଇବା ପୂର୍ବରୁ ପିଇଲେ ରକ୍ଷା ପାଇପାରିବେ।

– ଗଳାର ଦରଜ କିମ୍ବା ଥଣ୍ଡା, ସର୍ଦି ହୋଇଥିଲେ, ଉଷୁମ ପାଣି ପିଇଲେ ଶରୀରକୁ ଆରାମ ମିଳେ।

– କୋଷ୍ଠକାଠିନ୍ୟ ରୋଗୀ ଓ ଅର୍ଶ ରୋଗୀ ପ୍ରତ୍ୟହ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଖୁବ୍ ଉପକାରୀ ବୋଲି ବିଶେଷଜ୍ଞଙ୍କ ମତ।

– ମେଦବହୁଳ ରୋଗୀ ନିଜ ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଶୋଇବା ପୂର୍ବରୁ ଉଷୁମ ପାଣି ଆବଶ୍ୟକ। ୧ମାସ ମଧ୍ୟରେ ସେମାନଙ୍କ ଓଜନ ନିୟନ୍ତ୍ରିତ ହୋଇଥାଏ।

Comments are closed.