ଏହି ସମୟରେ ପିଅନ୍ତୁ ନାହିଁ ପାଣି ; ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଜଳ ହିଁ ଜୀବନ ବୋଲି କୁହାଯାଏ। ଶରୀରରେ ଜଳର ଅଭାବ ହେଲେ ଅନେକ ରୋଗର ମଧ୍ୟ ସାମ୍ନା କରିବାକୁ ପଡିଥାଏ। ଜଳ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଖୁବ ହିତକାରକ। ଏହା ଅନେକ ରୋଗକୁ ମଧ୍ୟ ଶରୀରରୁ ଦୂର କରିଥାଏ। ମାତ୍ର କେଉଁ ସମୟରେ ପାଣି ପିଇବା ଉଚିତ ନୁହେଁ, ତାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ….

ଅଧିକ ବ୍ୟାୟାମ କରିବା ସମୟରେ କିମ୍ବା ତୁରନ୍ତ ପରେ ଆଦୌ ପାଣି ପିଅନ୍ତୁ ନାହିଁ।

ଅଧିକ ରାଗୁଆ ଜିନିଷ କିମ୍ବା ଲଙ୍କା ଖାଇବା ପରେ ରାଗ ଲାଗିଲେ ମଧ୍ୟ ପାଣି ପିଅନ୍ତୁ ନାହିଁ। ପାଣି ବଦଳରେ କ୍ଷୀର ପିଅନ୍ତୁ।

ଭୋଜନ କରିବା ସମୟରେ କିମ୍ବା ତୁରନ୍ତ ପରେ ପାଣି ପିଅନ୍ତୁ ନାହିଁ।

ଯେଉଁ ପାଣିରେ କୃତ୍ରିମ ମିଠା ଜିନିଷ ମିଶିଛି, ତାହାର ସେବନ କରନ୍ତୁ ନାହିଁ।

ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ର। ଖୁବ କମ ହୋଇ ଯାଇଥାଏ। ଫଳରେ ମୁଣ୍ଡ ବୁଲାଇବା ଓ ହାଲିଆ ଭଳି ଅନୁଭବ ହୋଇଥାଏ।

 

Comments are closed.