କର୍ଣ୍ଣାଟକରେ ଜଳକର ଶତପ୍ରତିଶତ ବୃଦ୍ଧି

0

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶିଳ୍ପ ସଂସ୍ଥାଙ୍କ ପାଇଁ ଜଳ କରରେ ଶତ ପ୍ରତିଶତ ବୃଦ୍ଧି କରାଯାଇଛି। ଡ୍ୟାମ୍‍, ହ୍ରଦ, କେନାଲ୍‍ ଆଦିରୁ ଜଳ ସଂଗ୍ରହ ପାଇଁ ପ୍ରତି ନିୟୁତ ଘନ ଫୁଟ୍‍ ପିଛା ପୂର୍ବରୁ ୩,୨୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳ ଏବେ ସେମାନଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେହିପରି ନଦୀ ଜଳ ପାଇଁ ପ୍ରତି ନିୟୁତ ଘନଫୁଟ୍‍ ପିଛା ୧.୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏଥିପାଇଁ ୧୮୦୦ ଟଙ୍କା ଦେବାକୁ ପଡ଼ୁଥିଲା।
ଜଳ କର ବୃଦ୍ଧିର ପ୍ରଭାବ ଉତ୍ପାଦନ ଉପରେ ପଡ଼ିବ ଏବଂ ଏଥିଯୋଗୁଁ ଉପଭୋକ୍ତାମାନେ ଅଧିକ ବୋଝ ମୁଣ୍ଡାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ଶିଳ୍ପ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଭେଟି ବର୍ଦ୍ଧିତ ଜଳକର ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି। ପେଟ୍ରୋଲ୍‍ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ଜଳ କର ବଢ଼ିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଶିଳ୍ପରେ ଜଳ ବ୍ୟବହାର ପାଇଁ କେରଳରେ ଏକ ନିୟୁତ ଘଟଫୁଟ୍‍ ପିଛା ୪ ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଗୁଜରାଟରେ ୫ ଲକ୍ଷ ଟଙ୍କା ଓ ମହାରାଷ୍ଟ୍ରରେ ୭ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି।

Leave A Reply