ଟ୍ରାଇଲ୍‍ ବେଳେ ଭୁଷୁଡ଼ିପଡ଼ିଲା ପାଣିଟାଙ୍କି

ଫୁଲବାଣୀ: ବାରମ୍ବାର ଦାବିପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଲକ୍ଷାଧିକ ଟଙ୍କାର ଟାଙ୍କି ତିଆରି ହେଲା କିନ୍ତୁ ଆଜି କାମ ଶେଷ ପରେ ଟ୍ରାଇଲ୍‍ ବେଳେ ଭୁଷୁଡ଼ିପଡ଼ିଲା ପାଣିଟାଙ୍କି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ୍‍ ପଂଚାୟତରେ। ଏହି ପଂଚାୟତର ୧୧ ନମ୍ବର ୱାର୍ଡ଼ ସ୍ଥିତି ପୁରଣାସାହି ନାଳ ପାଖରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସୋଲାର୍‍ ସାହାଯ୍ୟରେ ପାଣିର ବ୍ୟବସ୍ଥା ପାଇଁ ଏହି ଟାଙ୍କି ନିର୍ମାଣ ହୋଇଥିଲା। ଆଜି ହିଁ କାମ ଶେଷ ହୋଇତିଲା। କାମ ସମାପ୍ତ ପରେ ଟାଙ୍କିରେ ପାଣିଭର୍ତ୍ତି କରିବା ସମୟରେ ହଠାତ୍‍ ଭୁଷିଡ଼ିପଡ଼ିଥିବାର ଦେଖାଯାଇଛି। ତେବେ କାହାର କିଛି କ୍ଷତି ହୋଇନଥିଲେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହୋଇଛି। ତେବେ ତାହା ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ହୋଇଥିବା କିଛି ପ୍ରକାଶ କରିଥିବା ବେଳେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ବିଭାଗୀୟ କନିଷ୍ଠଯନ୍ତ୍ରୀ।

Comments are closed.