ଜଳସମ୍ପଦ ମନ୍ତ୍ରୀଙ୍କ ମୁଣ୍ଡଳୀ ବ୍ୟାରେଜ୍‍ ପରିଦର୍ଶନ

ଭୁବନେଶ୍ବର: ରବିବାର ଅପରାହ୍ଣରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ  ରଘୁନନ୍ଦନ ଦାସ କଟକ ସ୍ଥିତ ମୁଣ୍ଡୁଳୀ ବ୍ୟାରେଜ ପରିଦର୍ଶନ କରି ମହାନଦୀରେ ଜଳ ପ୍ରବାହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାସଙ୍କ ଏହି ଗସ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ ଓ ଏମ୍‍.ଡି ଓ,ସି,ସି ଅସିମ୍‍ ମହାପାତ୍ର ଏବଂ ବିଭାଗୀୟ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଦେଇଥିଲେ। ମନ୍ତ୍ରୀ ମୁଣ୍ଡୁଳୀଠାରେ ଜଳ ନିୟନ୍ତ୍ରଣ ପ୍ରକୋଷ୍ଠରେ ଜଳ ପରିଚାଳନା ସ୍ଥିତି ଅନୁଧ୍ୟାନ କରିଥିଲେ। ମୁଣ୍ଡୁଳିଠାରେ ଆଜି ପ୍ରାୟ ୧୦ ଲକ୍ଷ କ୍ୟୁସେକ୍‍ ଜଳ ପ୍ରବାହିତ ହେଉଥିବା
ସ୍ଥିତିରେ ତଳି ଅଂଚଳରେ ମହାନଦୀର ଶାଖା ନଦୀଗୁଡିକରେ ଜଳ ପ୍ରବାହ ସ୍ଥିତି କିପରି ରହିବ ସେ ସଂପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରଥ ବିଶଦ୍‍ ଭାବେ ଅବଗତ କରାଇଥିଲେ। ବନ୍ୟା ପରିସ୍ଥିତିରେ ବିଭାଗର ସମସ୍ତ ଯନ୍ତ୍ରୀ ଓ କର୍ମଚାରୀମାନେ ନଦୀବନ୍ଧ ତଦାରଖ ବ୍ୟବସ୍ଥାକୁ ସତର୍କତା ଅବଲମ୍ବନ କରି କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ। ସଂଧ୍ୟାରେ ହୀରାକୁଦର ୩ଟି ଗେଟ୍‍ ବନ୍ଦ କରାଯାଇଥିବାରୁ ଜଳ ସ୍ତର ଧୀରେ ଧୀରେ କମିବ ଓ ସ୍ଥିତି କ୍ରମେ ଶୀଘ୍ର ସୁଧୁରିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Comments are closed.