ଜଳସମ୍ପଦ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ତିର୍ତ୍ତୋଲ ବନ୍ୟାଞ୍ଚଳ ପରିଦର୍ଶନ

ଭୁବନେଶ୍ଵର: ଆଜି ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ  ରଘୁନନ୍ଦନ ଦାସ ତିର୍ତ୍ତୋଲବ୍ଲକ ର ବନ୍ୟାଞ୍ଚଳ ପରିଦର୍ଶନ କରି ବିଭିନ୍ନ ଗ୍ରାମର ଗ୍ରାମବାସୀ ଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେଆଲୋଚନା କରିଛନ୍ତି । ମନ୍ତ୍ରୀଙ୍କ ସହିତ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଓ ପୂର୍ବତନବିଧାୟକ  ଦେବାଶିଷ ସାମନ୍ତରାୟ ପରିଦର୍ଶନ ସମୟରେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟାସମ୍ପର୍କରେ ପଚାରି ବୁଝିଥିଲେ । କ୍ରିଷ୍ଣାନନ୍ଦପୁର ଠାରେ ମନ୍ତ୍ରୀ ଶ୍ରୀ ଦାସ ପାଇକାନଦୀବନ୍ଧ ଉନ୍ନୟନ ସମ୍ପର୍କରେ ସାଂସଦ, ପୂର୍ବତନ ବିଧାୟକ ଓ ଜଳସମ୍ପଦ ବିଭାଗୀୟ ଅଧିକାରୀ ଓଯନ୍ତ୍ରୀମାନଙ୍କ ସହିତ ସମୀକ୍ଷା କରିଥିଲେ । ସେ ମଧ୍ୟ ଶଙ୍ଖେଶ୍ୱର ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

Comments are closed.