MEllora 950×100

ଉଠା ଜଳସେଚନର ଦୁଇ ଦୁଇଟି ମଟର ଚୋରି, ଚାଷୀ ହନ୍ତସନ୍ତ

କାମାକ୍ଷାନଗର : ଚୋରମାନଙ୍କ ଲୋଲୁପ ଦୃଷ୍ଟିରେ ଏବେ ଉଠା ଜଳସେଚନ ପାଣିପମ୍ପର ମଟର ଉପରେ। ଗୋଟିଏ ରାତିରେ ଦୁଇ ଦୁଇଟି ପାଣିପମ୍ପର ମଟର ଦୁର୍ବୁତ୍ତ ଚୋରି କରି ନେଇଛନ୍ତି। ଏହା ସହ ତାର ମଧ୍ୟ କାଟି ନେଇଛନ୍ତି । ଉଭୟ ପାଣି ପମ୍ପରୁ ସେଚ ସୁବିଧା ପାଉଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି । ତେଣୁ ତୁରନ୍ତ ପାଣିପମ୍ପ ଯୋଗେଇ ଦେବା ସହ ଚୋରକୁ ଗିରଫ କରିବା ପାଇଁ ଦାବିକରି ଚାଷିମାନେ ଉପଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଦେଇଛନ୍ତି।
ଭୁବନ ବ୍ଲକ ମଠକରଗୋଳା ଗ୍ରାମରେ ପ୍ରାୟ ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରି ଚଳନ୍ତି । ମା ମଙ୍ଗଳା ପାଣି ପଞ୍ଚାୟତ ଓ ଶ୍ରୀରାମ ପାଣି ପଞ୍ଚାୟତ ନଂ-୩ ର ଚାଷୀମାନେ ମଠକରଗୋଳା ମୌଜାରେ ଧନ ଫସଲ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଫସଲ ଚାଷ କରିଥିଲେ। ଉଠା ଜଳସେଚନର ଦୁଇଟି ପାଣିପମ୍ପ ମଟର ସାହାଯ୍ୟରେ ଫସଲ ଗୁଡିକରେ ରାମିଆଳ ନଦୀରୁ ପାଣୀ ଦେଉଥିଲେ। ଫସଲ ମଧ୍ୟ ଭଲ ହୋଇଥିଲା। କିନ୍ତୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ପାଣପମ୍ପ ଗୁଡିର ଦୁଇଟି ମଟର ଚୋରି କରି ନେଇଯାଇଛନ୍ତି। ଫଳରେ ପାଣି ପମ୍ପ ଉପରେ ନିର୍ଭର କରୁଥିବା ଚାଷୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି। ଧରା କରଜ କରି ଚାଷ କରିଥିବା ଚାଷୀ ଏବେ କିପରି ଋଣ ପରିଷୋଧ କରିବେ ସେ ଚିନ୍ତା ଘାରିଛି।
ଆଜି ସକାଳେ ଚାଷୀ କ୍ଷେତରେ ପାଣି ମଡାଇବା ପାଇଁ ଯାଇଥିବାବେଳେ ମଟର ଚାଲୁ କରିଲା ବେଳକୁ ମଟର ଚାଲୁ ନାହିଁ। ଦେଖିଲା ବେଳକୁ ପାଣିପମ୍ପର ମଟର ଗୁଡିକ ନାହିଁ । ଏହି ପମ୍ପ ଶ୍ରୀରାମ ପାଣିପଞ୍ଚାୟତ ନଂ-୩ ଓ ମା ମଙ୍ଗଳା ପାଣିପଞ୍ଚୟତର କାଞ୍ଜଆମଳ ଚକ ଓ ବୁଢାପାଳ ଚକ ପ୍ରାୟ ୧୫୦ ସହ ଏକର ଚାଷ ଜମିକୁ ପାଣି ଯୋଗାଉଥିଲା । ମଟର ଚୋରି ହୋଇଯିବା ଫଳରେ ଏଥିରେ ପାଣି ମଡାଇବା ସମ୍ଭବପର ହେବନାହିଁ । ତେଣୁ ଆଳୁ, ବାଇଗଣ, ଭେଣ୍ଡି, କାକୁଡି, ବିଲାତି ବାଇଗଣ ଆଦି ବିଭିନ୍ନ ପନିପରିବା ଓ ଧାନ ଫସଲ ନଷ୍ଟ ହୋଇଯିବ। ତେଣୁ କିପରି ତୁରନ୍ତ ସେଠାରେ ମଟର ଲାଗି ପାରିବ ଓ ଚୋରି କରୁଥିବା ଦୁର୍ବୁତ୍ତ କିପରି ଧରା ହେବ ସେନେଇ ଚାଷୀମାନେ ବିଭାଗୀୟ ଅଧିକାରୀ, କାମାକ୍ଷାନଗର ଥାନା ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଚାଷ ବାସ ଉପରେ ନିର୍ଭର କରୁଥିବା ଚାଷୀଙ୍କୁ ସରକାର କେତେନା କେତ ସହଯୋଗର ହାତ ବଢାଉଛନ୍ତି। କିନ୍ତୁ ମଠକରଗୋଳା ଗ୍ରାମରେ ଚାଷୀଙ୍କର ଚୋରି ହୋଇଥିବା ମଟର ତୁରନ୍ତ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି ।

Comments are closed.