ହରଭଙ୍ଗା ତହସିଲ ଅଫିସରେ ପିଇବା ପାଣି ଯୋଗାଣ ଠପ୍‍

ହରଭଙ୍ଗା: ହରଭଙ୍ଗା ତହସିଲ କାର୍ଯ୍ୟାଳୟରେ ପାଣିପମ୍ପଟି ପୋଡି ଯାଇଥିବାରୁ ଅଫିସରେ ଦୀର୍ଘ ୧୦ଦିନ ହେଲା ପିଇବା ପାଣି ଯୋଗାଣ ସମ୍ପୂର୍ଣ୍ଣ ଠପ୍‍ ହୋଇଯାଇଛି। ଫଳରେ ପାଣି ଟୋପାଏ ପାଇଁ ଅଫିସ କର୍ମଚାରୀଠାରୁ ଆରମ୍ଭ କରି ସାଧାରଣ ଲୋକେ ବୋତଲ ଧରି ୪୫ଡିଗ୍ରୀ ତାପମାତ୍ରାରେ ବାରଦୁଆର ହେଉଥିବା ଦେଖିବାକୁ ମିଳୁଛି। ଏ ସର୍ମ୍ପକରେ ତହସିଲ ପକ୍ଷରୁ ହରଭଙ୍ଗା ବିଡିଓଙ୍କୁ ଲିଖିତଭାବେ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ଉଠୁଛି। ଏ ସମ୍ପର୍କରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କୁ ପଚାରିବାରୁ ଦୀର୍ଘ ୧୦ଦିନ ହେଲା ପାଣି ପମ୍ପ ପୋଡିଯାଇଛି। ଆମେ ଏ ବାବଦରେ ହରଭଙ୍ଗା ବିଡିଓ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ସେମାନେ ଏହା ଆର.ଡବ୍ଲ୍ୟୁ ପି.ଏଚ କାମ ବୋଲି କହୁଛନ୍ତି।

Comments are closed.