ପାଣି ସମସ୍ୟା ଘେରରେ ଅଶନବଣିର ସମରିଆ ସାହି, କୂଅକୁ ଭରସା କରିଛନ୍ତି ୧୮ ପରିବାର

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ପଞ୍ଚାୟତର ଅସନବଣି ଗ୍ରାମରେ ପାଣିର ଅନେକ ସମସ୍ୟା ସୃଷ୍ଟି ହେଇଛି। ପଞ୍ଚାୟତର ୮ ନଂ ୱାର୍ଡ଼ର ସମରିଆ ସାହିରେ ୧୮ଟି ଆଦିବାସୀ ମୁଣ୍ଡା ସଂପ୍ରଦାୟର ପରିବାର ଲୋକେ ବସବାସ କରୁଛନ୍ତି । ସାହିରେ ପଞ୍ଚାୟତ ପକ୍ଷରୁ ନଳକୂପଟିଏ ମଧ୍ୟ ସ୍ଥାପନ କରାଯାଇ ନାହିଁ । ଯାହା ଫଳରେ ସାହିରେ ଥିବା ପରିବାର ଗୋଟିଏ ପୁରୁଣା ଦଦରା କୂଅକୁ ଭରଷା କରି ଚଳୁଥିବା କହିଛନ୍ତି ସାହିବାସୀ । ପଞ୍ଚାୟତ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା କହଛନ୍ତି ପୂର୍ବତନ ୱାର୍ଡ ମେମ୍ବର । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Comments are closed.