ଉପାନ୍ତରେ ଜଳଯାତନା: ପାନୀୟ ଜଳ ଯୋଗାଣ ପାଇଁ ହାଣ୍ଡି ମାଠିଆ ଧରି ଗ୍ରାମବାସୀଙ୍କ ପ୍ରତିବାଦ

ଗୁଣୁପୁର: ଦୁର୍ଗମ ତଥା ଉପାନ୍ତରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ଆଜି ବି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ । ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଶଗଡା ପଞ୍ଚାୟତର ଆଲାଙ୍ଗଡା ଗ୍ରାମରେ ପ୍ରାୟ ୬୦୦ ଲୋକ ବସବାସ କରୁଥିବା ବେଳେ ଗୋଟିଏ ନଳକୂପ ଓ ଗୋଟିଏ ସୋଲାର ପାଇପ ରହିଛି । ତେବେ ବର୍ଷେ ହେଲା ନଳକୂପ ଅଚଳ ହୋଇ ପଡିଥିବା ବେଳେ ସୋଲାର କାମ କରୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସମସ୍ୟା ସମ୍ପର୍କରେ ବାରମ୍ବାର ସରପଞ୍ଚ, ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ବାଧ୍ୟ ହୋଇ ଗ୍ରାମଠାରୁ ଅନତି ଦୂରରେ ଥିବା ଝରଣାର ଦୂଷିତ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଦୁର୍ଗମ ଇଲାକାରେ ଫେଲ ମାରିଛି ଯୋଜନା । ଆଉ ସରକାରଙ୍କ ୫ଟି, ମୋ ସରକାର ଏଠାରେ କିଭଳି କାମ କରୁଛି ତାହା ବଡ଼ ପ୍ରଶ୍ନବାଚୀ । ଆଜି ଗ୍ରାମବାସୀ ହାଣ୍ଡି ମାଠିଆ ନେଇ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦାବୀ ପୁରାଣ ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.