ଲକ୍ଷ ଲକ୍ଷ ଟଙ୍କାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବାଟବଣା

ତାଳପଦର: ବିଜେପୁରର ତାଳପଦର ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭରୁ ବାଟବଣା ହୋଇଯାଇଛି। ତାଳପଦର ଗ୍ରାମରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଗାଁ ସାରା ପାଇପ ଫାଟି ପାଣି ଅଯଥାରେ ରାସ୍ତାରେ ପାଣି ବୋହି ଯାଉଥିବା ବେଳେ ଠିକାଦାର ଆଉ ଧରାଛୂଆଁ ଦେଉନାହାନ୍ତି। ଗ୍ରାମର ମନ୍ଦିର ସମ୍ମୁଖରେ ଥିବା ଏକ ସାଇକେଲ ଟ୍ୟୁବରେ ବାହାରୁ ଥିବା ଖରାପ ପାଣି ନେବା ପାଇଁ ମହିଳାମାନଙ୍କ ଲମ୍ବା ଧାଡ଼ି ଲାଗୁଛି। ଏ ଦିଗରେ ବରଗଡ଼ ଜିଲ୍ଲାପାଳ, ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ ସଧାରଣରେ ଦାବି ହେଉଛି।

 

Comments are closed.