ହାଇସ୍କୁଲ ଛକର ଦୁଇପାର୍ଶ୍ଵରେ ଡ୍ରେନ ନ ଥିବାରୁ ରାସ୍ତା ଉପରେ ପାଣି, ଅଳିଆ ଆବର୍ଜନା

ମୋହନା: ସ୍ଥାନୀୟ ପଞ୍ଚାୟତର ସାହିଗୁଡିକରେ ଡ୍ରେନର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷା ହେଲେ ପଥିକ ହୁଅନ୍ତୁ ବା ସାହି ବାସିନ୍ଦା ସାହି ମଧ୍ୟରେ ଚଳପ୍ରଚଳ କରିବା କଷ୍ଟକର ହୋଇପଡୁଛି। ସ୍ଥାନୀୟ ହାଇସ୍କୁଲ ଛକରେ ଜନବସତି ରହିଥିବାବେଳେ ପ୍ରଶାସନର ଅବହେଳା ଯୋଗୁ ଜାତୀୟ ରାଜପଥ ୩୨୬ର ଉଭୟ ପାର୍ଶ୍ଵରେ ଡ୍ରେନ ନ ଥିବା ଯୋଗୁଁ ଛକଟି ଉଚ୍ଚା ସ୍ଥାନରେ ରହିଥିବାରୁ ବର୍ଷା ହେଲେ ପାଣିସ୍ରୋତ ରାସ୍ତାର ଉଭୟ ପାର୍ଶ୍ଵରେ ଯିବା ପରିବର୍ତେ ରାସ୍ତା ଉପରେ ଯାଇଥାଏ। ଯାହା ଫଳରେ ପଡି ରହିଥିବା ଆବର୍ଜନା ପଦାର୍ଥ ଗୁଡିକ ବର୍ଷା ପାଣିରେ ଭାସି ଆସି ରାସ୍ତା ଉପରେ ଜମାଟ ବାନ୍ଧି ମାସ ମାସ ଧରି ପଡି ରହୁଛି । ପ୍ରତ୍ୟେକ ବର୍ଷ ଉକ୍ତ ସ୍ଥାନରେ ବର୍ଷାଦିନେ ହେଉ କି ଅଦିନିଆ ବର୍ଷାରେ ହାଇସ୍କୁଲ ଛକଠାରୁ ନୂଆଁ ଶଙ୍ଖ ପର୍ୟ୍ୟନ୍ତ ଅଳିଆ ଆବର୍ଜନା ପଡିରହୁଛି । ଫଳରେ ଗମନାଗମନରେ ସମସ୍ୟା ଦେଖାଯାଉଥିବା ବେଳେ ପରିବେଶ ଦୂଷିତ ହେବାରେ ଲାଗିଛି। ଏଣୁ ପ୍ରଶାସନ ତୁରନ୍ତ ରାଜରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରିବା ପାଇଁ ସାହି ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି।

Comments are closed.