ସମ୍ଭାବ୍ୟ ବନ୍ୟା ନେଇ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମୀକ୍ଷା; ହୀରାକୁଦର ୪୦ଟି ଗେଟ୍‌ ଖୋଲା ରହିଛି

ଭୁବନେଶ୍ୱର : ଆଜି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜୀବ ଭବନଠାରେ ରାଜ୍ୟରେ ବିଭିନ୍ନ ନଦୀରେ ଜଳପ୍ରବାହ ଓ ସମ୍ଭାବ୍ୟ ବନ୍ୟାସ୍ଥିତିର ଅନୁଧ୍ୟାନ କରିଛନ୍ତି । ବୈଠକରୁ ଜଣାଯାଇଛି ଯେ, ହୀରାକୁଦ ଜଳଭଣ୍ଡାରର ୪୦ଟି ଗେଟ୍‌ ଖୋଲା ରହିଛି । ଏହା ଦ୍ୱାରା ପୁଣ୍ଡୁଳିଠାରେ ପ୍ରାୟ ୧୦ ଲକ୍ଷ ୫୦ ହଜାର କୁ୍ୟସେକ୍‌ ଜଳ ପ୍ରବାହିତ ହେବ ବୋଲି ଆଶା କରାଯାଉଛି । ସ୍ଥିତିକୁ ଦେଖି ପର୍ଯ୍ୟାୟକ୍ରପେ ଗେଟ୍‌ଗୁଡ଼ିକ ବନ୍ଦ କରାଯିବ । ଜଳପ୍ରବାହକୁ ଦୃଷ୍ଟିରେ ରଖି ବିଭାଗ ତରଫରୁ ନଦୀବନ୍ଧ ପ୍ରତି ସତର୍କ ଦୃଷ୍ଟି ରଖାଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀ ଓ ସଂପୃକ୍ତ ଜିଲ୍ଲାପାଳପାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁବର୍ଣ୍ଣରେଖା, ବୁପାବଳଙ୍ଗ ଓ ବୈତରଣୀ ନଦୀରୁ ଧୀରେ ଧୀରେ ଜଳସ୍ତର କମୁଛି । ବ୍ରାହ୍ମଣୀ ନଦୀର ଜଳସ୍ତର ଖୁବ୍‌ ଶୀଘ୍ର ହ୍ରାସ ପାଇବ ବୋଲି ଆଶା କରାଯାଉଛି । ମନ୍ତ୍ରୀ ଶ୍ରୀ ଦାସ ବିଭିନ୍ନ ନଦୀରେ ଅଧିକ ଜଳପ୍ରବାହିତ ହେବା ଯୋଗୁଁ ହୋଇଥିବା ଘାଇ ସଂପର୍କରେ ପଚାରି ବୁଝିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ପୟ ରଥ ଓ ଅନ୍ୟାନ୍ୟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ନଦୀଗୁଡ଼ିକରେ ଜଳପ୍ରବାହ ସ୍ଥିତି ଓ ବିଭାଗୀୟ ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ ।

Comments are closed.