କାନଝରୀ କେନାଲରେ ଆସୁନି ପାଣି ; ବିଲ ଫାଟି ଆଁ

ପାଟଣା : କାନଝରୀ ଡାହାଣପଟ କେନାଲରେ ମରାମତି କାମ ପାଇଁ ଫେବୃୟାରୀ ୨୮ରୁ ପାଣି ବନ୍ଦ କରି ଦିଆଯାଇଛି । ଏହାରି ମଧ୍ୟରେ ୯ଦିନ ବିତି ଯାଇଥିଲେ ମଧ୍ୟ କେନାଲରେ ପାଣି ଛଡା ଯାଉନାହିଁ । ଯାହା ଫଳରେ ପୋଇପାଣି ଓ ଏହାର ଆଖପାଖ ଗ୍ରାମରେ ଖରାଟିଆ ଧାନ ଚାଷ ହୋଇଥିବା ଜମି ଫାଟି ଆଁ କଲାଣି । ରୁଆ ହେବାକୁ ଥିବା ଧାନ ରୁଆ ଯାଇପାରୁ ନଥିବା ବେଳେ ରୁଆ ହୋଇଥିବା ଧାନ ଗଛ ମରି ଗଲାଣି । କେନାଲରେ ବାରମ୍ବାର ମରାମତି ଆଳରେ ପାଣି ବନ୍ଦ କରାଯାଉ ଥିବାରୁ ଏଠାରେ ଚାଷୀଙ୍କ ପ୍ରବଳ କ୍ଷତିର ସମ୍ମୁଖୀନ ହେବାକୁ ପଡୁଥିବାରୁ କାନଝରୀ କେନାଲ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରିବାକୁ ମତ ପ୍ରକାଶ ପାଇଛି ।

Comments are closed.