ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ପରୀକ୍ଷଣ କିଟ ପ୍ରଦାନ

ପାଟଣା : ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଭର୍ଚୁଆଲ ପ୍ଲାଟଫର୍ମରେ ଆଜି ପାଟଣା ବ୍ଲକର ସ୍ୱୟଂ ସହାୟିକା ଗୋଷ୍ଠୀ ଓ ପଂଚାୟତ ସ୍ତରରେ କାର୍ଯ୍ୟରତ ଆତ୍ମନିଯୁକ୍ତ କାରିଗରମାନଙ୍କୁ ପାନୀୟଜଳର ମାନ ନିର୍ଦ୍ଧାରଣ ପରୀକ୍ଷା ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଇଛି। ପାନୀୟ ଜଳର ମାନ ପରୀକ୍ଷଣ ବିଧି ନିର୍ଦ୍ଦେଶ ସହ ଶିବିରାର୍ଥୀ ମାନଙ୍କୁ ଶିବିରରେ ପାନୀୟ ଜଳ ପରୀକ୍ଷଣ କିଟ ପ୍ରଦାନ କରାଯାଇଛି। ପାଟଣା ଗ୍ରାମ୍ୟ ଜଳଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଇଂ ସୁବୋଧ କୁମାର ମଣ୍ଡଳ, କନିଷ୍ଠ ଯନ୍ତ୍ରୀ ସସ୍ମିତା ନାୟକଙ୍କ ଉପସ୍ଥିତିରେ ଏସ.ଏଚ.ଜି ପ୍ରତିନିଧି ଓ ଏସ.ଇ.ଏମ ମାନଙ୍କୁ ତାଲିମ ପ୍ରଦାନ କରାଯିବା ସହ ପାନୀୟଜଳ ପରୀକ୍ଷଣ କିଟ ପ୍ରଦାନ କରାଯାଇଛି।