ପାଣି ଅଧା ପିଇ ରଖନ୍ତୁ ନାହିଁ, ଏହା ଅଶୁଭ ହୋଇପାରେ!!

0

ଋକ୍ ବେଦ ଓ ଶ୍ରୁତି ଗ୍ରନ୍ଥରେ ଜଳର ବ୍ୟବହାର ସମ୍ବନ୍ଧୀୟ ସୂଚନା ଦିଆଯାଇଛି। ଏହି ଗ୍ରନ୍ଥ ଅନୁସାରେ ଜଳର ଅପମାନ କରିବା ଦ୍ବାରା ଚନ୍ଦ୍ରର କୁପ୍ରଭାବ ପଡିଥାଏ। ଯଦି ଜଳର ଅଯଥା ଖର୍ଚ୍ଚ, ଅଧା ପାଣି ପିଇ ରଖିଦେବା ତେବେ ପାପ ହୋଇଥାଏ ବୋଲି କୁହାଯାଇଛି। ଚନ୍ଦ୍ର ଦୋଷ ଦ୍ବାରା ଘରେ ଅଶାନ୍ତି ଲାଗି ରୁହେ ଓ ଦେହ ଖରାପ ହୋଇଥାଏ। ମହାଭାରତରେ ଜଳର ମହତ୍ବ ସମ୍ବନ୍ଧରେ କୁହାଯାଇଛି। ଋକ୍ ବେଦରେ ଜଳର ଦେବତା ବରୁଣ ବୋଲି ଲେଖା ଅଛି।


ଚନ୍ଦ୍ର ଦୋଷ ଦ୍ବାରା ହେଉଥିବା କୁପ୍ରଭାବ
ଜଳର ଅଯଥା ଅପଚୟ ଦ୍ବାରା ଅନେକ ପ୍ରକାର ରୋଗ ହୋଇଥାଏ। ଏହି କାରଣରୁ ମୁଣ୍ଡ ବିନ୍ଧା ହୋଇଥାଏ। ବ୍ୟକ୍ତିକୁ ଡର ଲାଗେ ଓ ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ।
କିଛି ଲୋକ ଛିଡା ହୋଇ ପାଣି ପିଇଥାନ୍ତି, ବ୍ରହ୍ମପୁରାଣ ଅନୁଯାୟୀ ଏପରି କରିବା ଅନୁଚିତ। ଏପରି କରିବା ଦ୍ବାରା ଅଣ୍ଚାର ତଳ ଭାଗରେ ସମସ୍ୟା ହୋଇପାରେ।


ଗୋଟିଏ ଥର ପାଣି ପିଇ ଅଧା ରଖିଦେଲେ ତାହା ଅଶୁଭ ହୋଇଯାଏ। ସେଥିପାଇଁ ଆପଣ ଯେତିକି ପାଣି ପିଇବେ ସେତିକି ନେଇ ଯାଆନ୍ତୁ। ବଳିଥିବା ପାଣି ଅନ୍ୟ କାହାକୁ ପିଇବାକୁ ଦିଅନ୍ତୁ ନାହିଁ। ଏପରି କଲେ ଚନ୍ଦ୍ର ଦୋଷ ଦ୍ବାରା ମାନସିକ ରୋଗ ହୋଇଥାଏ।


ସର୍ବଦା ମନେ ରଖନ୍ତୁ, ବାମ ହାତରେ ପାଣି ପିଇବା ଉଚିତ ନୁହେଁ। ବ୍ରହ୍ମପୁରାଣ ଅନୁଯାୟୀ ଏପରି ପାଣି ପିଇବା ଦ୍ବାରା ଶରୀର ଦୁର୍ବଳ ହୋଇଯାଏ।

Leave A Reply