ମହାକାଳପଡାରେ ‘ବସୁଧା’ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

0

କେନ୍ଦ୍ରପଡା: ମହାକାଳପଡା ଓ ଆଖପାଖ ଅଞ୍ଚଳର ଲୋକମାନେ ଏଣିକି ବିଶୁଦ୍ଧ ମଧୁର ପାନୀୟ ଜଳ ପାଇପାରିବେ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାକାଳପଡାର ସରୁମୁହିଁ ଠାରେ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଦ୍ବାରା କେନ୍ଦ୍ରାପଡା ଜିଲାର ୨୦୦ଟି ଗ୍ରାମର ବାସିନ୍ଦା ଉକପୃତ ହେବେ । ୨୪୧କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ବାରା ମହାକାଳପଡା ବ୍ଲକର ୧୪୮ ଟି ଗାଁ ଓ ମାର୍ଶାଘାଇ ବ୍ଲକର ୫୨ଟି ଗାଁର ଲୋକେ ବିଶୁଦ୍ଧ ପିଇବା ପାଣି ପାଇପାରିବେ । ଏହି ପ୍ରକଳ୍ପ ଅନୁଯାୟୀ, ପ୍ରତିଦିନ ୭୦ ଲିଟର ପାଣି ଯୋଗାଇ ଦିଆଯିବ । ଏହା ସହ ପଞ୍ଚାୟତରାଜ  ଓ ପାନୀୟ ଜଳ ବିଭାଗର ନୂଆ ଟୋଲଫ୍ରୀ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ୧୯୧୬ ନମ୍ବରରେ କଲ କରି ନିଜ ଗାଁର ପାଣି ସମସ୍ୟା ବିଷୟରେ ଜଣାଇପାରିବେ ।

Leave A Reply