ଏଆଇଏଡିଏମକେ ବିଧାୟକ ଓ ଏଲଜି କିରଣ ବେଦୀଙ୍କ ମାଇକ୍‍ ବିବାଦ

0

ନୂଆଦିଲ୍ଲୀ: ପୁଡ଼ୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲଜି) କିରଣ ବେଦୀ ଓ ଏଆଇଏଡିଏମକେ ବିଧାୟକ ଏ ଆନବାଗଲାନଙ୍କ ମଧ୍ୟରେ ମାଇକ୍‍ ନେଇ ବିବାଦ ଖୋଲା ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ବିବାଦ ମଙ୍ଗଳବାର ପୁଡ଼ୁଚେରୀରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଦୃଶ୍ୟମାନ ହୋଇଥିଲା। ବିଧାୟକଙ୍କୁ କାର୍ଯ୍ୟକ୍ରମକୁ ଡକାଯାଇ ନଥିବାବେଳେ ଭାଷଣ ଦେବା ତାଲିକାରେ ମଧ୍ୟ ନାମ ନଥିଲା। ତେବେ ହଠାତ୍‍ ଉକ୍ତ ବିଧାୟକ ଜଣକ ମଞ୍ଚ ଉପରକୁ ଉଠିଯାଇ ଭାଷଣ ଦେବାକୁ ଜିଦରେ ଅଡ଼ି ବସିଥିଲେ। ପରେ ଅବଶ୍ୟ କିରଣ ବେଦୀଙ୍କ ଅନୁମତି କ୍ରମେ ଉକ୍ତ ବିଧାୟକଙ୍କୁ ଭାଷଣ ଦେବାର ସୁଯୋଗ ଦିଆଯାଇ ଥିଲା। ହେଲେ ବିଧାୟକଙ୍କ ଲମ୍ବା ଭାଷଣ କାର୍ଯ୍ୟକ୍ରମ ଆୟୋଜକଙ୍କ ସମେତ କିରଣ ବେଦୀଙ୍କୁ ଅଡ଼ୁଆରେ ପକାଇ ଦେଇଥିଲେ। ଫଳରେ ବାଧ୍ୟ ହୋଇ ଖୋଲା ମଞ୍ଚରେ ଛିଡ଼ା ହୋଇ ଗଭର୍ଣ୍ଣରଙ୍କୁ ବିଧାକୟଙ୍କ ହାତରେ ଥିବା ମାଇକର ସଂଯୋଗ ବିଚ୍ଛିନ୍ନ କରିବାକୁ ପଡ଼ିଥିଲା।

Leave A Reply