ଆସୁନି ଅଳିଆ ବୁହା ଗାଡ଼ି, ଉଠୁନି ଅଳିଆ

ଠିକାଦାରଙ୍କ ଦାୟିତ୍ୱହୀନ କାର୍ଯ୍ୟ

ଲକ୍ଷ୍ମୀପୁର :  ଅଳିଆ ଆବର୍ଜନା ପଡ଼ୁଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପ୍ରବେଶ ପଥ ଖୋଳି ଛାଡି ଦେଇଛି ଠିକାଦାର। ବାହାରକୁ ଅସି ପାରୁ ନାହିଁ ଅଳିଆ ଆବର୍ଜନା ବୁହା ଗାଡ଼ି, ଫଳରେ ସାହି ସାହିରୁ ଯେଉଁ ଅଳିଆ ଗୁଡ଼ିକ ପ୍ରତିଦିନ ଯାଉଥିଲା ତାହା ପଡ଼ି ରହୁଛି । ଲକ୍ଷ୍ମୀପୁର ସଦର ମହକୁମାରେ ଅବର୍ଜନା ଗୁଡ଼ିକ ଗଦା ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହିତ ମଶା ବଂଶ ବୃଦ୍ଧି ପାଉଛି । ଏହାର ନିରାକରଣ ନିମନ୍ତେ ଗ୍ରାମ ଠାରୁ କିଛି ଦୂରରେ ମାଇନ୍ସ ରାସ୍ତାରେ ଏକ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଖଣି ନିଗମ ପକ୍ଷରୁ ପ୍ରତିଷ୍ଠା ହୋଇଥିଲା। ଦୁଇଟି ବ୍ୟାଟାରୀ ଚାଳିତ ଛୋଟ ଗାଡ଼ି ସାହି ଓ ବଜାର ବୁଲି ଅଳିଆ ସଂଗ୍ରହ କରି ନେଉଥିଲେ। ତେବେ କିଛି ଦିନ ହେଲା ଉକ୍ତ ପ୍ରକଳ୍ପର ସମୁଖ ଭାଗରେ ଠିକାଦାର ପୋଲ କରିବା ପାଇଁ ଖୋଳି ଛାଡ଼ି ଦେଇଥିବାରୁ ଗାଡ଼ି ଗୁଡ଼ିକ ଆଉ ଯାତାୟତ କରିବା ପାଇଁ ରାସ୍ତା ନାହିଁ, ଫଳରେ ସାହିରୁ ଆଉ ଅଳିଆ ଉଠି ପାରୁନାହିଁ । ଯେଉଁଥିପାଇଁ ଅଳିଆ ଗୁଡ଼ିକ ସାହି ସହିତ ବଜାରରୁ ଆଉ ଯାଇ ପାରୁ ନଥିବାରୁ ଲୋକ ମାନେ ନାହିଁ ନଥିବା ଅସୁବିଧିାର ସମୁଖୀନ ହେଉଛନ୍ତି । ସେହି ପରି ସମ୍ପୃକ୍ତ ଠିକାଦାର ଜଣଙ୍କ ବର୍ଷା ଦିନେ କାମ କରିବା ପାଇଁ ଖୋଳି ଛାଡ଼ି ଦେଇଥିବା କାରଣରୁ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି।

Comments are closed.