ତେଜିଲେ ମହିଳା: ପୋଖରୀରେ ଢାଳିଲେ ଶହ ଶହ ଲିଟର ମଦ

ବାଲେଶ୍ବର: ବାଲେଶ୍ବର ଜିଲା ସୋର ପୌରପାଳିକା ଖଣ୍ଡାସାହି ଗ୍ରାମର ସ୍ୱଂୟ ସହାୟିକା ଗୋଷ୍ଠୀ ମହିଳାମାନେ ଗୁରୁବାର ଶହ ଶହ ଲିଟର ମଦ ପୋଖରୀରେ ଢାଳି ଦେଇଛନ୍ତ। ୧୦ଟି ଅଖାରେ ଭର୍ତ୍ତି ଥିବା ଚୋରା ମଦକୁ ଜବତ କରି କୋଦଣ୍ଡପୁର ଗାଁ ସ୍କୁଲ ପଡ଼ିଆରେ ମହିଳା ସଦସ୍ୟମାନେ ଏଥିରେ ନିଆଁ ଲଗାଇବା ସହ ପୋଖରୀରେ ଢାଳିଛନ୍ତି।

ସୂଚନାଯୋଗ୍ୟ, ଗ୍ରାମରେ ଗତ କିଛିଦିନ ଧରି ଚୋରାମଦ ବେପାର ଚାଲିଥିବାରୁ ଗାଁର ପୁରୁଷମାନେ ମଦ ପିଇ ଘରେ ଗଣ୍ଡଗୋଳ କରିବା ସହିତ ଗାଁରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିଲା। ଫଳରେ ଉତ୍ୟକ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଆଜି ଏଭଳି ପଦକ୍ଷେପ ନେଇଛନ୍ତି।

Comments are closed.