ଚିର ବିଶ୍ରାମ ନେଲେ ବୁଶ୍‌

0

ୱାଶିଂଟନ୍‌ : ଆମେରିକାର ଦିବଂଗତ ରାଷ୍ଟ୍ରପତି ଜର୍ଜ ଏଚ୍‍.ଡବ୍ଲ୍ୟୁ ବୁଶଙ୍କ ମରଶରୀରକୁ ଟେକ୍ସାସର କଲେଜ ଷ୍ଟେସନ୍‌ସ୍ଥିତ ପ୍ରେସିଡେନ୍ସିଆଲ ଲାଇବ୍ରେରୀ ପରିସରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କବର ଦିଆଯାଇଛି। ପତ୍ନୀ ବାରବରା ଓ ମାତ୍ର ତିନି ବର୍ଷର ହୋଇଥିବାବେଳେ ମୃତ୍ୟୁମୁଖରେ ପଡ଼ିଥିବା ଝିଅ ରବିନ୍‍ଙ୍କ କବର ନିକଟରେ ବୁଶ୍‍ ଚିର ବିଶ୍ରାମ ନେଇଛନ୍ତି। ଗୁରୁବାର ବୁଶ୍‍ଙ୍କ ମରଶରୀରକୁ ହଷ୍ଟନ୍‍ସ୍ଥିତ ଚର୍ଚ୍ଚରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା ସହ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଥିଲା। ଏଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦେଶ ବିଦେଶର ବହୁ ତୁଙ୍ଗ ନେତା ସ୍ବର୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଚର୍ଚ୍ଚରେ ବୁଶ୍‍ ଜୀବନବ୍ୟାପୀ ପ୍ରାର୍ଥନା କରୁଥିଲେ। ପରେ ମରଶରୀରକୁ ସ୍ବତନ୍ତ୍ର ଟ୍ରେନ୍‍ ଯୋଗେ ଟେକ୍ସାସସ୍ଥିତ ପ୍ରେସିଡେନ୍ସିଆଲ ଲାଇବ୍ରେରୀକୁ ନିଆଯାଇଥିଲା। ସେଠାରେ ସେନା ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଘଟଣାସ୍ଥଳ​‌​‌ରେ ପୁତ୍ର ତଥା ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍‌ଙ୍କ ସହ ୧୭ ନାତି-ନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ।

Leave A Reply