ପାଣିରେ ଏହାକୁ ମିଶାଇ ଧୁଅନ୍ତୁ ପନିପରିବା ; ଦୂର ହେବ କର୍କଟ ଭଳି ରୋଗର ଆଶଙ୍କା

ଏହା ଆମେ ସମସ୍ତେ ଜାଣନ୍ତି ଯେ କର୍କଟ ଏକ ପ୍ରାଣଘାତୀ ରୋଗ। ଏଥିରୁ ବର୍ତ୍ତିବା ଏକ ପ୍ରକାର ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ବେଳେବେଳେ ଆମର କିଛି ଅସାବଧାନତା ଯୋଗୁଁ ଏହି ରୋଗ ଆମକୁ କବଳିତ କରିଥାଏ। ସେହିପରି ଏକ ଅସାବଧାନତା ହେଉଛି, ବଜାରରୁ ଆଣୁଥିବା ଫଳ ଓ ପନିପରିବାକୁ ଭଲ ଭାବେ ପରିଷ୍କାର ନକରି ଏହାକୁ ଖାଦ୍ୟରେ ବ୍ୟବହାର କରିବା। କିଛି ଲୋକ ଭାବନ୍ତି ଏଗୁଡ଼ିକୁ ଖାଲି ପାଣିରେ ଧୋଇ ଦେବା ଦ୍ୱାରା ଏଥିରେ ଥିବା ମଇଳା ଓ ରାସାୟନିକ ପଦାର୍ଥଗୁଡ଼ିକ ସଫା ହୋଇ ଯାଇଥାଏ। କିନ୍ତୁ ଏପରି ଭାବିବା ଭୁଲ୍‍। ପାଣିରେ ଭଲଭାବେ ଧୋଇବା ପରେ ମଧ୍ୟ ଏଥିରୁ ମଇଳା ଓ ରାସାୟନିକ ପଦାର୍ଥର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହୋଇ ନଥାଏ।

ନିକଟରେ ଟାଟା ହସ୍ପିଟାଲ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବଜାରରୁ ଆଣିଥିବା ଫଳ ଓ ପନିପରିବାରେ ଲାଗିଥିବା ମଇଳା ଓ ରାସାୟନିକ ପଦାର୍ଥ କର୍କଟ ରୋଗର ଏକ ମୁଖ୍ୟ କାରଣ ହୋଇଥାଏ। ସେଗୁଡ଼ିକୁ ସାଧାରଣ ପାଣିରେ ଧୋଇବା ପରେ ମଧ୍ୟ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇନଥାଏ। ଏହାକୁ ସମ୍ପୂର୍ଣ୍ଣ ପରିଷ୍କାର କରିବା ପାଇଁ ଗୋଟିଏ ଚାମଚ ଖାଇବା ସୋଡ଼ାକୁ ପାଣିରେ ମିଶାଇ ଉକ୍ତ ପାଣିରେ ଫଳ ଓ ପନିପରିବାକୁ ଧୋଇବା ଦ୍ୱାରା ଏହା ଭଲ ଭାବେ ସଫା ହେବା ସହ କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ।

Comments are closed.