୨୦୧୯-ବିଶ୍ବକପରେ ଭାରତର ପରାଜୟକୁ ନେଇ ଟିମ ମ୍ୟାନେଜମେଣ୍ଟ ଉପରେ ବର୍ଷିଲେ ଯୁବରାଜ

ନୂଆଦିଲ୍ଲୀ : ଚଳିତବର୍ଷ ୨୦୧୯-ବିଶ୍ବକପରେ ଭାରତୀୟ ଦଳର  ପରାଜୟ ପାଇଁ ଟିମ ମ୍ୟାନେଜମେଣ୍ଟକୁ ଦାୟୀ କରିଛନ୍ତି ଭାରତୀୟ ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂହ। ଏନେଇ ସେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଚଳିତ ବିଶ୍ବକପରେ ଭାରତୀୟ ଟିମ ମ୍ୟାନେଜମେଣ୍ଟର ଯୋଜନା ସମ୍ପୂର୍ଣ୍ଣ ଭୁଲ ଥିଲା। ତେଣୁ ଭାରତ ବିଶ୍ବକପରେ ପରାଜୟ ବରଣ କରିଥିଲା।
ଯୁବରାଜ କହିଛନ୍ତି, ଚଳିତ ବିଶ୍ବକପରେ ଅମ୍ବତି ରାୟଡୁଙ୍କୁ ଦଳରେ ସାମିଲ କରାଯାଇନଥିଲା। ଏହା ସମ୍ପୂର୍ଣ୍ଣ ଭୂଲ ନିଷ୍ପତ୍ତି ଥିଲା। ରାୟଡୁ ଭଲ ଫର୍ମରେ ଥାଇ ମଧ୍ୟ ଦଳାରେ ସାମିଲ ହୋଇନଥିଲେ। ମାତ୍ର ତାଙ୍କ ବଦଳରେ ଯୁବ ଖେଳାଳିମାନଙ୍କୁ ଦଳରେ ସ୍ଥାନ ଦିଆଯାଇଥିଲା। ଯେଉଁମାନଙ୍କର ଅଧିକ ମ୍ୟାଚର ଅଭିଜ୍ଞତା ନଥିଲା। ଏହାସହିତ ଯୁବରାଜ ଧୋନିଙ୍କ ଭଳି ଖେଳାଳିଙ୍କୁ ୪ନମ୍ବରରେ ବ୍ୟାଟିଂ ଛାଡିବା ପରିବ‌ର୍ତ୍ତେ ୮ନମ୍ବରରେ ବ୍ୟାଟିଂ ପଠାଯିବାକୁ ନେଇ ମ୍ୟନେଜମେଣ୍ଟକୁ ଦୋଷ ଦେଇଛନ୍ତି। ସେ କହିଛନ୍ତି ଧୋନିଙ୍କ ଭଳି ଅଭିଜ୍ଞତା ଥିବା ଖେଳିଳିଙ୍କୁ ୪ନଂରେ ବ୍ୟାଟିଂ ପଠାଇବା ଉଚିତ ଥିଲା ବୋଲି ଯୁବରାଜ କହିଛନ୍ତି।
ଯୁବରାଜ କହିଛନ୍ତି, ୨୦୨୦ ଟ୍ବେଣ୍ଟି-୨୦ ବିଶ୍ବକପର ୪ମାସ ପୂର୍ବରୁ ଭାରତକୁ ପ୍ରସ୍ତୁତ ହେବାକୁ ପଡ଼ିବ। ମୋର କହିବାର ଅର୍ଥ ବିଶ୍ବକପରୁ ୪ମାସ ପୂର୍ବରୁ ଟିମ ପ୍ରସ୍ତୁତ ହେବା ଦରକାର କେଉଁ ୧୪ଜଣ ଖେଳାଳିଙ୍କୁ ଚୟନ କରାଯିବ।

Comments are closed.